ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉକ୍ରଳ ଦିବସ ପାଳିତ : କିଟ୍‌ ଓ କିସ୍‌ 

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉକ୍ରଳ ଦିବସ ପାଳିତ : କିଟ୍‌ ଓ କିସ୍‌ 


 ଭୁବନେଶ୍ୱର : କିଟ୍‌ ଓ କିସ୍‌ ପକ୍ଷରୁ ସୋମବାର ଉକ୍ରଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍‌ ଓ କିସ୍‌ ପକ୍ଷରୁ ଉକ୍ରଳର ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନର ସ୍ମୃତିଚାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ବକ୍ତବ୍ୟ ଦେଇ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନର ଶହେବର୍ଷ ପୂରଣ କରିବାକୁ ଯାଉଥିବା ବେଳେ କିଟ୍‌ ଓ କିସ୍‌ ପ୍ରତିଷ୍ଠା ହେବାଠାରୁ ଓଡ଼ିଶାର ବିକାଶ ଧାରାରେ ଏହି ଦୁଇ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଆସିଛି ବୋଲି କହିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, କଳା, ସଂସ୍କୃତି ଓ ସାହିତ୍ୟ ଆଦିର ବିକାଶ ଦିଗରେ କିଟ୍‌ ଓ କିସ୍‌ର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ଏହି ଧାରା ଭବିଷ୍ୟତରେ ମଧ୍ୟ ବଜାୟ ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ । କିସ୍‌ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଓଡ଼ିଆମାନଙ୍କ ଭଲ ପାଇବା ଓ ଆତିଥ୍ୟର ବେଶ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ସିବିକେ ମହାନ୍ତି ଓ କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇଥିବା ବେଳେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କିଟ୍‌ ଓ କିସ୍‌ କର୍ମଚାରୀଙ୍କ ଦ୍ୱାରା ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା । କିସ୍‌ ଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ମଣ୍ଡେଇ ନୃତ୍ୟ, ସାନ୍ତାଳୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଅପରାହ୍ନରେ କିସ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଫେସର ଏମେରିଟସ୍‌ମାନଙ୍କ ଉପସ୍ଥିତିରେ ଉକ୍ରଳ ଦିବସ ପାଳନ କରାଯାଇଥିଲା ।