ଡାହାଣୀ ସନେ୍ଦହରେ ବଡ଼ମାଙ୍କୁ ହତ୍ୟା

 ମୟୁରଭଞ୍ଜ : ଲୋକେ ଆଜିବି ଅନ୍ଧବିଶ୍ୱାସରୁ ମୁକୁଳି ପାରି ନାହାଁନ୍ତି ।ଡାହାଣୀ ସନେ୍ଦହରେ ବଡମାଙ୍କୁ ଅତି ବୀଭସô ଭାବେ ହତ୍ୟା କରିଛି ପୁତୁରା । ଏଭଳି ଏକ ବିଭତ୍ସ ହତ୍ୟା କାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନ ଯୋଡିଆ ଗାଁରେ । ମୃତକ ହେଲେ ୫୯ ବର୍ଷୀୟା ବୃଦ୍ଧା ଶାକ୍ର ହେମ୍ବ୍ରମ୍ । ମଙ୍ଗଳବାର ଅପରାହ୍ନରେ ବୃଦ୍ଧା ଜଣକ ଘର ଅଗଣାରେ ବସିଥିବା ବେଳେ ୨୪ ବର୍ଷୀୟା ପୁତୁରା ସାନ୍ ଦୂଲା ହେମ୍ବ୍ରମ୍ ଏକ ଧାରୁଆ ଅସ୍ତ୍ରରେ ବେକ ଆଉ ମୁହଁକୁ ଅତି ବୀଭସô ଭାବେ କାଟି ହତ୍ୟା କରିଛି । ହତ୍ୟାକାରୀ ପୁତୁରା ସାନ ଦୁଲା ହତ୍ୟାକାଣ୍ଡ ଘଟାଇ ବିଶୋଇ ଥାନାରେ ଯାଇ ଆତ୍ମସମର୍ପଣ କରିଛି  ।