ପାଣ୍ଡିଆନଙ୍କ ବିରୋଧରେ ଇଡ଼ିରେ ଅଭିଯୋଗ 

VK pandian Naveen Pattanaik

ପାଣ୍ଡିଆନଙ୍କ ବିରୋଧରେ ଇଡ଼ିରେ ଅଭିଯୋଗ 

ଭୁବନେଶ୍ୱର : ବଢ଼ିବାରେ ଲାଗିଛି ଭିକେ ପାଣ୍ଡିଆନଙ୍କ ଅଡୁଆ  । ବିଜେଡ଼ି ସରକାର ଥିବାବେଳେ ପାଣ୍ଡିଆନଙ୍କ ବିରୋଧରେ କେହି ମୁହଁ ଖୋଲିବାକୁ ବି ସାହାସ କରୁନଥିଲେ  । କିନ୍ତୁ ନବୀନ ସରକାର ହଟିବା ପରେ ପାଣ୍ଡିଆନଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମ ଠାରୁ ନେଇ ବିଭିନ୍ନ ସଂଗଠନ ପର୍ଯ୍ୟନ୍ତ ବିରୋଧାଭାଷ ଦେଖିବାକୁ ମିଳୁଛି  । ଏପରିକି ଦଳୀୟ ମହଲରେ ବି ବିରୋଧ ଜୋର ଧରିଲାଣି  । ଏଭଳି ସ୍ଥିତିରେ ଇଡ଼ିରେ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ କରାଯାଇଛି  । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଲ୍ଲୀ ଇଡ଼ି କାର୍ଯ୍ୟାଳୟରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି  । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି  ।