କାନ୍ଦିଲେ ସୁର ରାଉତରାୟ

ଭୁବନେଶ୍ୱର: ଗତକାଲି ନୂଆ ପିସିସି ସଭାପତି ଭକ୍ତଚରଣ ଦାସ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ଆଦେଶ ପ୍ରତ୍ୟାହୃତ କରିବା ପରେ ଶନିବାର ବରିଷ୍ଠ ନେତା ସୁର ରାଉତରାୟ କଂଗ୍ରେସ ଭବନକୁ ଆସିଛନ୍ତି । ପ୍ରଥମେ ଶ୍ରୀ ରାଉତରାୟ କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଭିତରକୁ ପଶିଥିଲେ । ଶ୍ରୀ ରାଉତରାୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ପରେ ସେ ଘରକୁ ବାହୁଡ଼ିଛନ୍ତି । ଘର ବାହୁଡ଼ା ବେଳେ ସୁରଙ୍କ ସହ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ । ତେବେ ସବୁଠାରୁ ବଡ଼ କଥା ହେଲା ଯେ ଦୀର୍ଘ ୯ ମାସ ପରେ କଂଗ୍ରେସକୁ ଫେରିବାରୁ ସୁରା ରାଉତରାୟ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ଏଥିସହ କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ସୁର ଧନ୍ୟବାଦ ଜଣାଇଥିଲେ । ଯୁବ କଂଗ୍ରେସକୁ ସୁର ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଆଗାମୀ ଦିନରେ ଆଉ କୌଣସି କନ୍ଦଳ ରହିବ ନାହିଁ ଏବଂ ସମସ୍ତେ ମିଳିମିଶି ସଂଗଠନ ପାଇଁ କାମ କରିବୁ ବୋଲି କହିଛନ୍ତି।