ବାଇକ ଦୁର୍ଘଟଣା, ୨ ଗୁରୁତର

 ଆନନ୍ଦପୁର: ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ଆରୋହୀ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ଦିନ ୧୧ଘଟିକା ସମୟରେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଥରପଦା ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ ଅଭିରାମପୁର ଗ୍ରାମର ବନ କର୍ମଚାରୀ ମାନସ ରଞ୍ଜନ ସାହୁ ଡୁ୍ୟଟି ସାରି ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ପଥରପଦା ଗ୍ରାମର ରାଜା ନାୟକଙ୍କ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଆମ୍ବୁଲାସ ଯୋଗେ ଉଭୟ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସାଇଁକୁଳ ସ୍ୱାସ୍ଥ୍ୟକେନ୍ଦ୍ର, ପରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଲୟ ଏବଂ ସେଠାରେ ମଧ୍ୟ ଅବସ୍ଥାରେ ସୁଧାର ନଆସିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନ୍ତରିତ କରାଯାଇଛି । ରାମଚନ୍ଦ୍ରପୁର ଥାନା ଅଧିକାରୀ ସୁରେଶ କୁମାର ମାଝୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛନ୍ତି ।