ଶିଶୁ ମହୋତ୍ସବ ‘ସୁରଭି’
ାା ପ୍ରଭାନୁ୍ୟଜ ।ା କପ୍ତିପଦା: କପ୍ତିପଦା ବ୍ଲକ୍ ବଡ଼ଖଲାଡ଼ି ସ୍ଥିତ ଜବାହରଲାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିି । ଏହି ଉତ୍ସବକୁ କପ୍ତିପଦା ଗୋଷ୍ଠୀ ଶିକ୍ଷାଧିକାରୀ ଦୀପକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ ଯୋଗ ଦେଇ ଗୋଟିଏ ଜାତିର ପରିଚୟ ହିଁ ତା’ର ଲୋକକଳା । ଲୋକକଳା ବଞ୍ଚô ରହିଲେ ଜାତି ବଞ୍ଚô ରହିବ ଏବଂ ତାହା ପାଇଁ ପରିଚୟ ସୃଷ୍ଟି କରିବ । ସ୍ୱତନ୍ତ୍ର ଅତିଥିଭାବେ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପ୍ରମିଳା ପଣ୍ଡା ସୁରଭି କିଭଳି ପ୍ରତ୍ୟେକ ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀ ବିକାଶର ମାଧ୍ୟମ ସାଜିଛି ସେ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଏବିଇଓ ଘନଶ୍ୟାମ ସିଂ, ସମ୍ମାନିତ ଅତିଥି ଭାବେ ଏବିଇଓ ଅକ୍ଷୟ କୁମାର ବେହେରା, ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଂଜନ ପ୍ରଧାନ ଯୋଗ ଦେଇ ସେ ସଂପର୍କରେ ଆଲୋଚନା ରଖିଥିଲେ । ଶେଷରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ ଯୋଗ ଦେଇ ଶିଶୁଙ୍କର ବିକଶିତ ଗୁଣ ଜୀବନ ଆଧାର ତଥା ବଞ୍ଚôବାର ମାଧ୍ୟମ ହୋଇପାରିବ ବୋଲି ପ୍ରକାଶ କରିଥିଲେ । କପ୍ତିପଦା ବ୍ଲକ୍ର ୨୩ଗୋଟି କ୍ଲଷ୍ଟରରୁ ବଛା ହୋଇ ଆସିଥିବା ପିଲାମାନଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ ଏହି ସୁରଭି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ସୁପର ସିନିୟର, ସିନିୟର ଏବଂ ଜୁନିୟର ତିନିବର୍ଗର ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଶାର ଲୋକକଳା ଶୀର୍ଷକରେ ଅନୁଷ୍ଠିତ ତର୍କ, ବକ୍ତୃତା, ଚିତ୍ରାଙ୍କନ, ସୃଜନାତ୍ମକ ଲିଖନ, ସାଧାରଣ ଜ୍ଞାନ, ସଂଗୀତ, ହସ୍ତକଳା ଓ ହସ୍ତଶିଳ୍ପ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଇ ଶ୍ରେଷ୍ଠ ପ୍ରତିଭାମାନଙ୍କୁ ଚୟନ କରାଯାଇଥିଲା । ଶିକ୍ଷକ ସନ୍ତୋଷ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚକ୍ରପାଣି ଦଳେଇ, ସୁବଳ କୁମାର ଶଂଖୁଆ ଧନ୍ୟବାଦ ଅର୍ପଣ କରିଥିଲେ ।