ବିନା ଡାକ୍ତରରେ ଚାଲିଛି ହାଟଡିହି ସ୍ୱାସ୍ଥ୍ୟକେନ୍ଦ୍ର
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ସାରା ଜିଲାରେ ସବୁଠାରୁ ବଡ଼ ବ୍ଳକ ହେଉଛି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ବ୍ଳକ । ୩୧ଗୋଟି ପଞ୍ଚୟତ ବ୍ଳକ ଅଧୀନରେ ରହିଥିବା ବେଳେ ପଞ୍ଚାୟତର ଲୋକ ହାଟଡିହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ ।
ମାତ୍ର ବର୍ତମାନ ପରିସ୍ଥିତିରେ ହାଟଡିହି ବ୍ଳକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ବର୍ଷବର୍ଷ ଧରି ଡାକ୍ତର ରହୁ ନଥିବାରୁ ଫାର୍ମାସିଷ୍ଟ, ନର୍ସ ଏବଂ ଡ୍ରେସରଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର । ପୂର୍ବରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇ ଆସୁଥିବା ବେଳେ ଗତ କିଛି ବର୍ଷ ହେଲା ଡାକ୍ତର ରହୁନଥିବା କାରଣରୁ ଆଖପାଖ ଲୋକେ ବର୍ତମାନ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଭରସା ତୁଟେଇ ସାରିଲେଣି । ସେହିପରି ଏଠାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ରହିଥିଲେ ମଧ୍ୟ ପ୍ରକୃତରେ ଏହା ଖୋଲା ଯାଉଛି କି ନାହିଁ ତାହା ତଦନ୍ତ ସାପେକ୍ଷ୍ୟ । କିଛିଦିନ ତଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ନିଯୁକ୍ତି ହୋଇଥିଲେ ମଧ୍ୟ ସେ ଦୀର୍ଘ ଦୁଇ ମାସ ହେବ ଛୁଟିରେ ଅଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର, ୪ ନର୍ସ, ୪ ଆଟେଣ୍ଡାନ ପଦବୀ ରହିଥିବାବେଳେ ବର୍ତମାନ ଦୁଇଟି ଷ୍ଟାପ ନର୍ସ ପଦ ଖାଲି ପଡିଛି । ତେବେ ଏନେଇ ବ୍ଳକ ଅଧିନ ୭ଟିଯାକ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଶାଳନିଆଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ଼ଃ ପ୍ରଭାତ କୁମାର ନାୟକଙ୍କୁ ପଚାରିବାରୁ ନିଯୁକ୍ତି ପାଇଥିବା ଡାକ୍ତର ଛୁଟିରେ ଥିବାରୁ ତାଙ୍କ ବଦଳରେ ଜଣେ ଡାକ୍ତରଙ୍କୁ ଡେପୁଟେସନରେ ପଠାଯାଇଥିବା କହିଥିଲେ । ତେବେ ଡେପୁଟେସନରେ ନିଯୁକ୍ତି ପାଇଥିବା ଡାକ୍ତର ଆଦ୍ୟାବିଧି ଯୋଗ ଦେଇନଥିବାରୁ ଏଥିପ୍ରତି ବିଭାଗ ଏବଂ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।