ମୟୂରଭଞ୍ଜ ଗସ୍ତରେ ସୁରେଶ ପୂଜାରୀ

ମୟୂରଭଞ୍ଜ  ଗସ୍ତରେ ସୁରେଶ ପୂଜାରୀ

ରାଜ୍ୟର ଉତ୍ତର ଓଡିଶାରେ କାଳବୈଶାଖୀ  ତାଣ୍ଡବ ରଚିଛି ।  କ୍ଷୟକ୍ଷତି ବ୍ୟାପକ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଗସ୍ତ ସମୟରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି କାଳବୈଶାଖୀ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିବେ । କାଳବୈଶାଖୀ ବର୍ଷାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚାଘର ଭାଙ୍ଗିରୁଜି ଯାଇଛି।  ୨୯୫ ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଗୋଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି । ଏହାବ୍ୟତୀତ କୁଆପଥର ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି।