ସିରିଜ ଦୁର୍ଘଟଣା : ଜଣେ ମୃତ, ୪ ଗୁରୁତର

ସିରିଜ ଦୁର୍ଘଟଣା : ଜଣେ ମୃତ, ୪ ଗୁରୁତର

ବାଣପୁର : ବାଲୁଗାଁ ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା । ବାଣପୁର ଅଲାଈଡିହ ଓଭରବ୍ରିଜ ନିକଟ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବଂ ୪ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଜଣ ବସ ଡ୍ରାଇଭର ଚମ୍ପଟ୍‍ ମାରିଛନ୍ତି । ଗୋଟିଏ ଗାଈକୁ ବଞ୍ଚାଇବାକୁ ଯାଇ ପ୍ରଥମ ବସ୍‍ ଅଟକିବାରୁ ଦୁର୍ଘଟଣା ଘଟିଥିଲା । ୩ଟି ବସ୍‍ ମଝିରେ ଥିବା ବାଇକ୍‍ ଚାଳକ ଗୁରୁତର ହୋଇଥିବା ବେଳେ ପଛରେ ବସିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଏକ ଯାତ୍ରୀବାହି ବସ୍ ଏକ ଟ୍ରକକୁ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ବ୍ରହ୍ମପୁର ପଟୁ ଆଉ ଏକ  ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ଆରୋହୀକୁ ଧକ୍କା ଦେଇଥିଲା, ଯାହାଫଳରେ ଘଟଣା ସ୍ଥଳରେ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିଲା l ମୃତକ ଜଣକ ବାଲୁଗାଁ ଥାନା ଅନ୍ତର୍ଗତ ନିମିଖେତା ଗ୍ରାମର ଶୁଭମ ପ୍ରହରାଜ ବୋଲି ଜଣାପଡିଛି l ଅନ୍ୟପକ୍ଷରେ ବ୍ରହ୍ମପୁରପଟୁ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଆସି ଅନ୍ୟ ଏକ ଟ୍ରକକୁ ଧକ୍କା ଦେବା ଯୋଗୁ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣ ସାମାନ୍ୟ ଆହତ ହୋଇଥିଲେ l ଘଟଣା ସ୍ଥଳରେ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ। ମୃତକଙ୍କ ବ୍ୟବଚ୍ଛେଦ କରିବା ବନ୍ଦୋବସ୍ତ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି  l