ବିପଦ ସଂକୁଳ ଅବସ୍ଥାରେ ବିଦୁ୍ୟତ୍ ଖୁଣ୍ଟ

 କାକଟପୁର: କାକଟପୁର ବ୍ଲକ ଅଧିନସ୍ଥ ମଙ୍ଗଳା କଲେଜ ମୁଖ୍ୟ ରାସ୍ତା ପାର୍ଶ୍ୱରେ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଏହାର ମୂଳ ଅଶି ଭାଗ ଖାଇଯାଇଛି । ସାମାନ୍ୟ ଆଘାତ ପାଇଲା ମାତ୍ରେ ଖସି ପଡି ଜୀବନ ହାନି ଘଟିବ । ପ୍ରତିଦିନ ଏହି ରାସ୍ତାରେ ଶହ ଶହ ବାଇକ ଆରୋହୀଙ୍କ ସମେତ କଲେଜ ଛାତ୍ର, ଛାତ୍ରୀଙ୍କ ସହ ଲୋକେ ମଧ୍ୟ ଯାତାୟାତ କରୁଛନ୍ତି । ଏହି ଖୁଣ୍ଟ ସମ୍ପର୍କରେ ବିଦୁ୍ୟତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଉଚ୍ଚ କ୍ଷମତା ସମ୍ପର୍ଣ୍ଣ  ବିଦୁ୍ୟତ୍ ତାର ଏହି ଖୁଣ୍ଟ ରେ ପ୍ରବାହିତ ହେଉଥିବା ବେଳେ ଭାରୀଯାନ ଚଳାଚଳ ଏହା ପ୍ରତି ବିପଦ ସୃଷ୍ଟି କରୁଛି । ତୁରନ୍ତ ଏ ଦିଗରେ ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେଇ ନୂତନ ଖୁଣ୍ଟ ଯୋଗେଇ ଦେବା ପାଇଁ ସାଧାରଣ ରେ ଦାବି କରାଯାଇଛି ।