ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ରାଜ୍ୟପାଳ : ସୁରେଶ ପୂଜାରୀ
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟପାଳ ହରିବାବୁ କମ୍ବମପାଟିଙ୍କ ବିଷୟରେ କହିଛନ୍ତି । ସେ କହିଛନ୍ତି , ପ୍ରୋଟୋକାଲ ପରିଧି ବାହାରକୁ ଆସି ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ରାଜ୍ୟପାଳ । କେବଳ ସରକାରୀ ଦଳ ନୁହେଁ ଆଗକୁ ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ ସହ ମଧ୍ୟ କରିବେ ଆଲୋଚନା । ପୂର୍ବରୁ ଜନସାଧାରଣଙ୍କ ପାଖକୁ ଯାଇ ସମସ୍ୟା ବୁଝିବାରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ ମଧ୍ୟ ଉଦାହରଣ ରହିଛି ।
ପୂର୍ବ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଲୋକଙ୍କ ସହ ମିଶୁଥିଲେ । ବର୍ତ୍ତମାନର ରାଜ୍ୟପାଳ ଲୋକଙ୍କ ସହ ଯୋଡ଼ି ହେବା ଏବଂ ସମସ୍ୟାର ସାମାଧାନ ଏକ ଉଦାହରଣ ସୃଷ୍ଟି କରିଛି । ସିଧାସଳଖ ମନ୍ତ୍ରୀ ଅଧିକାରୀଙ୍କ ସହ ସାକ୍ଷତ କରି ସମୀକ୍ଷା ଆଲୋଚନା କରୁଛନ୍ତି ରାଜ୍ୟପାଳ । କେବଳ ସରକାରୀ ଦଳ ନୁହେଁ ଆଗକୁ ବିରୋଧୀ ଦଳ ନେତା ଏବଂ ବିଧାୟକ ଙ୍କ ସହ ମଧ୍ୟ ଆଲୋଚନା କରିବେ । ବିଧାୟକଙ୍କୁ ଡାକି ମଧ୍ୟ ନିର୍ବାଚନୀ ମଣ୍ଡଳୀ କଥା ଆଲୋଚନା କରୁଛନ୍ତି ରାଜ୍ୟପାଳ । କେବଳ କାଗଜ ପତ୍ର ନୁହେଁ ଗ୍ରାଉଣ୍ଡରେ କେମିତି ଲୋକଙ୍କ କାମ ହେବ ସେ ଦିଗରେ ରାଜ୍ୟପାଳ ଅଧିକ ଗୁରୁତ୍ୱ ଦେଉଛନ୍ତି ।