ଅମୃତ ଭାରତ ଯୋଜନାରେ ୧୩ଶହ ଷ୍ଟେସନର ଉନ୍ନତିକରଣ ହେଉଛି: ଅଶ୍ୱିନୀ

ଅମୃତ ଭାରତ ଯୋଜନାରେ ୧୩ଶହ ଷ୍ଟେସନର ଉନ୍ନତିକରଣ ହେଉଛି: ଅଶ୍ୱିନୀ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଇତିହାସରେ ପ୍ରଥମ ଥର ପାଇଁ ସବୁଠୁ ବଡ ଏବଂ ବ୍ୟାପକ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ଜାରି ରଖିଛି । ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ରେଳ ନେଟୱର୍କ ମଧ୍ୟରୁ ଅନ୍ୟତମ ହୋଇଥିବା କାରଣରୁ ବଡ ପରିଚାଳନାଗତ ଆହ୍ୱାନ ସତ୍ତେ୍‌୍ୱ ଭାରତ ଏହି କାର୍ଯ୍ୟକୁ ସୁଚାରୁ ରୂପେ ଆଗକୁ ବଢାଉଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଢ ଭାବେ କହିଛନ୍ତି ଯେ, ଅନେକ ଦେଶ ପ୍ରମୁଖ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟ ସମୟରେ ୩-୪ ବର୍ଷ ପାଇଁ ରେଳ ଚଳାଚଳ ବନ୍ଦ ରଖନ୍ତି । କିନ୍ତୁ ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟାତ କରୁଥିବାରୁ, ଷ୍ଟେସନଗୁଡ଼ିକୁ ବନ୍ଦ କରିବା ସମ୍ଭବ ନୁହେଁ । ଏହି ପ୍ରତିବନ୍ଧକ ସତ୍ତେ୍ୱ, ସୁରକ୍ଷା ପ୍ରତି ନିରନ୍ତର ଧ୍ୟାନ ଦିଆଯିବା ସହିତ ନିରବଚ୍ଛିନ୍ନ ରେଳ ପରିଚାଳନା ସୁନିଶ୍ଚିତ କରି ପୁନଃବିକାଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

      ରେଳ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଭାରତ ଏହାର ଷ୍ଟେସନ ଭିତ୍ତିଭୂମିର ଏତେ ବ୍ୟାପକ ଏବଂ ରୂପାନ୍ତରଣକାରୀ ପରିବର୍ତ୍ତନ କରୁଛି । ଏହା ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ଅଭିଜ୍ଞତା । ଏହାକୁ ସୁନିଶ୍ଚିତ କରାଯିବା ସହିତ ଦୈନ୍ଦିନ ଟ୍ରେନ ଚଳାଚଳକୁ ବାଧା ନ ପହଞ୍ଚାଇ ବିକାଶ କାର୍ଯ୍ୟ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅଧୀନରେ ୬୦,୦୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଇ ୧,୩୦୦ ରୁ ଅଧିକ ଷ୍ଟେସନକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନଦଣ୍ଡରେ ଉନ୍ନତିକରଣ କରାଯାଉଛି । ଏବେ ସୁଦ୍ଧା ୧୬୦ ଷ୍ଟେସନକୁ ପୁନଃବିକଶିତ କରାଯାଇସାରିଛି । ଏହାଦ୍ୱାରା ଷ୍ଟେସନଗୁଡ଼ିକ ରାଷ୍ଟ୍ରର ଜୀବନରେଖାକୁ ସେବା ଯୋଗାଇ ଦେବା ସହିତ ବିଶ୍ୱସ୍ତରୀୟ ପରିବହନ ହବ୍‌ ରୂପେ ବିକଶିତ ହୋଇପାରିବେ । ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେରରୁ ୧୦୩ଟି ଅମୃତ ଭାରତ ଷ୍ଟେସନର ଲୋକାର୍ପଣ କରିଥିଲେ । ଏହା ଦେଶବ୍ୟାପୀ ଆଧୁନିକୀକରଣ ଅଭିଯାନରେ ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା ।