ସାଉଦି ଆରବରେ ସଡ଼କ ଦୁର୍ଘଟଣା: ୯ ଭାରତୀୟଙ୍କ ମୃତୁ୍ୟ

ନୂଆଦିଲ୍ଲୀ:  ସାଉଦିଆରବର ପଶ୍ଚିମାଞ୍ଚଳର ଜିଜାନ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ୯ଜଣଙ୍କ ମୃତୁ୍ୟ ହୋଇଛି । ତେବେ ଏହି ୯ ମୃତକମାନେ ଭାରତର ବୋଲି ସାଉଦିଆରବ ପ୍ରଶାସନ ଚିହ୍ନଟ କରି ଭାରତୀୟ ଦୂତାବାସଙ୍କୁ ସୂଚନା ଦେଇଛି ।  ଜେଦାରେ ଥିବା ଭାରତୀୟ ଦୂତାବାସ ଏହି ଦୁର୍ଘଟଣାକୁ ନେଇ ଗଭୀର ଶୋକବ୍ୟକ୍ତ କରିବା ସହ ପୀଡ଼ିତ ପରିବାରକୁ ସମ୍ପୂର୍ଣ୍ଣ ସହାୟତା କରାଯିବ ବୋଲି କହିଛନ୍ତି ।  ଜେଦାରେ ଥିବା କନସୁଲେଟ୍ ଅଫ୍ ଇଣ୍ଡିଆ ସମ୍ପୂର୍ଣ୍ଣ ସହାୟତା ଯୋଗାଉଛି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମ୍ପୂର୍ଣ୍ଣ ଯୋଗାଯୋଗରେ ରହିଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆହତମାନଙ୍କୁ ଯଥାଶୀଘ୍ର ସୁସ୍ଥ କରାଇବାକୁ ପ୍ରୟାସ କରାଯାଉଥିବା କୁହାଯାଇଛି । ସେପଟେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ ଜେଦା ସ୍ଥିତ ଭାରତୀୟ ଦୂତାବାସ ସହିତ କଥା ହୋଇଛନ୍ତି ଏବଂ ସେଠାରେ ଥିବା ଅଧିକାରୀମାନେ ପୀଡିତଙ୍କ ପରିବାର ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।