ପରିବର୍ତ୍ତନ ପାଇଁ ଭୋଟ୍: ପ୍ରିୟଙ୍କା

 ଭୁବନେଶ୍ୱର : ଦୀର୍ଘ ୨୭ ବର୍ଷ ପରେ ବିଜେପି ଆଜି ପୁଣି ଦିଲ୍ଲୀରେ ସରକାର ଗଠନ କରିଛି । ୨୦୧୫ ଏବଂ ୨୦୨୦ ବିଧାନସଭା ନିର୍ବାଚନ ପରି, ଏଥର ମଧ୍ୟ କଂଗ୍ରେସ ମୂଳପୋଛ ହୋଇଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଥିଲେ ଯେ ଦିଲ୍ଲୀର ଲୋକମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି । ଦିଲ୍ଲୀର ଲୋକମାନେ ଆପ ସରକାର ଉପରୁ ଆସ୍ଥା ତୁଟାଇ ସାରିଛନ୍ତି ବୋଲି ଫଳାଫଳରୁ ସ୍ପଷ୍ଟ ହୋଇଛି । ଏବେ ଦିଲ୍ଲୀର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି । ଏହି କ୍ରମରେ ଦିଲ୍ଲୀବାସୀଙ୍କ ଜନାଦେଶକୁ ମୁଁ ସ୍ୱାଗତ କରିବା ସହ ବିଜୟୀ ବିଜେପି ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଉଛି । ସେହିପରି କଂଗ୍ରେସର ଖରାପ ପ୍ରଦର୍ଶନ ବିଷୟରେ କହିଛନ୍ତି, "ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ, ଭୂମିରେ ରହିବାକୁ ପଡିବ ଏବଂ ଲୋକଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବାକୁ ପଡିବ ।’