କାଳବୈଶାଖୀରେ ଭାଙ୍ଗିଲା ଘର

 ଦାନଗଦୀ : କାଳ ବୈଶାଖୀ ପ୍ରଭାବରେ ଦାନଗଦୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଘର ଭାଙ୍ଗିପଡ଼ିଥିବା ବେଳେ ଏକାଧିକ ଗଛ ଉପୁଡ଼ି ପଡ଼ିଛି । ପବନ ବର୍ଷାରେ ପନିପରିବା ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଯାଇଛି । ବ୍ଲକ ଅନ୍ତର୍ଗତ ଚିତ୍ରୀ ପଞ୍ଚାୟତର ଟୋଲକାନୀ ଗାଁର ଚାଷୀ ସୁଶାନ୍ତ ସେଠୀ (୪୯)ଙ୍କ ଆଜ୍ବେଷ୍ଟ ଘର ଝଡ଼ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ପବନରେ ଅନେକ ଘରର ଆଜ୍ବେଷ୍ଟ  ଛପର ଉଡାଇ ଦେଇଛି । ଏଠାରେ ଜଣକ ଘରର କାନ୍ଥରୁ ଇଟା ଖସି ପଡିଥିବା ବେଳେ ପରିବାର ଲୋକେ ବାହାରକୁ ପଳାଇ ଆସିବାରୁ ବିପଦରୁ ବର୍ତ୍ତିଯାଇଥିଲେ । ବର୍ଷାରେ ଘର ଭିତରେ ଥିବା ଆସବାବ ପତ୍ର ଧାନ, ଚାଉଳ ଓଦା ହୋଇ ନଷ୍ଟ ହୋଇଯାଇଛି । କ୍ଷତିଗସ୍ତ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।