ହୃଦ୍ଘାତରେ ଶରତଙ୍କ ମୃତୁ୍ୟ

 ବ୍ୟାସନଗର : ରବିବାର ସକାଳେ କୋରେଇ ବ୍ଲକ ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମର ଯୁବ ସମାଜସେବୀ ଶରତ ଚନ୍ଦ୍ର ଜେନା (୫୪)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସକାଳେ ଶ୍ରୀ ଜେନା ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ପରିବାର ଲୋକେ ତାଙ୍କୁ ଯାଜପୁର ରୋଡ଼ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପାଣିକୋଇଲି ପୁଲିସ ଏକ ଅପମୃତୁ୍ୟ ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡପୁଅ ସଞ୍ଜୟ ମୁଖାଗ୍ନି ଦେଇଥିବା ବେଳେ ମୃତୁ୍ୟ ଶଯ୍ୟା ନିକଟରେ ପୁଅ ଝିଅ ବନ୍ଧୁ ଓ ପରିବାର ଲୋକ ଉପସ୍ଥିତ ଥିଲେ ।