ନବଭାରତୀ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ
ବରୀ: ନବଭାରତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଭଳି ନୂଆଗାଁର ସୁବର୍ଣ୍ଣଜୟନ୍ତୀ ସମାରୋହର ଦ୍ୱିତୀୟ ଦିବସର ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଛି । ଏହି ଅଧିବେଶନକୁ ମୁଖ୍ୟଅତିଥି ପୂର୍ବତନ ସାଂସଦ ଐରଖାରବେଳ ସ୍ୱାଇଁ, ଅବସରପ୍ରାପ୍ତ ଆରଡିସି ଅନିଲ କୁମାର ସାମଲ, ସାହିତ୍ୟକ ଭାଗ୍ୟଧର ସାହୁ, ବୈଜ୍ଞାନିକ ହିମାଂଶୁ ଭୂଷଣ ବିଶ୍ୱାଳ, ନରୋତ୍ତମ ସାହୁ ଯୋଗ ଦେଇ ଦ୍ୱିତୀୟ ଦିବସର ଅଧିବେଶନକୁ ଉଦ୍ଘାଟିତ କରିଥିଲେ । ଆବାହକ ନବଘନ ପାଣିଙ୍କ ସଭାପତିତ୍ୱରେ ପ୍ରଧାନଶିକ୍ଷକ ଡ଼ ଗିରିଶ ବିହାରୀ ମିଶ୍ର, କମିଟିର ସଭାପତି ଡାକ୍ତର କୈଳାଶ ଚନ୍ଦ୍ର ପତି ପ୍ରମୁଖ ଯୋଗ ଦେଇଥିବାବେଳେ ରନôାକର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟର ୧୯୭୦ରୁ ୨୦୨୪ ମସିହା ପ୍ରଥମ ବ୍ୟାଚର ମାଟ୍ରିକ ଟପ୍ପର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲ । ଶେଷରେ ନବଘନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ସନ୍ଧ୍ୟା ଅଧିବେଶନରେ ମୁଖ୍ୟଅତିଥି ପୂର୍ବତନ କୂଳପତି କୁମରବର ଦାସ, ମୁଖ୍ୟବକ୍ତା ଭାବେ ସାରସ୍ୱତ ସାଧକ ପ୍ରଧ୍ୟାପକ ପବିତ୍ର ମୋହନ ପାଣିଗ୍ରାହୀ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବଳରାମ ସାହୁ, ବିଦ୍ୟାଳୟ ପ୍ରଧାନଶିକ୍ଷକ ଗିରିଶ ବିହାରୀ ମିଶ୍ର, ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଡାକ୍ତର କୈଳାଶ ଚନ୍ଦ୍ର ପତି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।