ନିର୍ମାଣାଧୀନ ସେତୁ  କାମ ନିମ୍ନମାନର 

ବରୀ : ବିଞ୍ଝାରପୁର ଜଳ ସମ୍ପଦ ଅଧିନରେ ଥିବା ବରୀ ବ୍ଲକ ବୋଦୁଅ ପଞ୍ଚାୟତର ରେବଲଠାରେ  ନିର୍ମାଣଧିନ ସେତୁର ଆପ୍ରୋଚ୍‌ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି  । ସୂଚନା ଥାଉକି ଏହି ଆପ୍ରେଚ୍‌ ରୋଡ଼ଟି ସଂପୂର୍ଣ୍ଣ ଭାବେ ପଥର ପ୍ୟାକିଂ ହେବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ରହିଥିଲେ ମଧ୍ୟ ସଂପୃକ୍ତ ଠିକାଦାର ଏହି ପଥର କାର୍ଯ୍ୟକୁ ଅତ୍ୟନ୍ତ ନିମ୍ନ ମାନର କରିଛନ୍ତି  । ଯାହା କି ଆଗାମୀ ଦିନରେ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଯିବାର ସମ୍ବାବନା ସୃଷ୍ଟି ହୋଇଛି   ।   ବାରମ୍ବାର ଏହାର ବିରୋଧ ପରେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ ତଦନ୍ତ କରୁନାହାନ୍ତି  । ଫଳରେ ମନମାନିରେ କାର୍ଯ୍ୟକରୁଛନ୍ତି ଠିକାଦାର  । ଏହି ଘଟଣାକୁ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ଦୃଷ୍ଟିଦେଇ ତୁରନ୍ତ ତଦାରଖ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି  ।