ରେଳ ଉପଭୋକ୍ତା କମିଟି ବୈଠକ
ଜଟଣୀ : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ ଖୋର୍ଦ୍ଧା ରୋଡରେ ଥିବା ରେଳମଣ୍ଡଳ ମୁଖ୍ୟାଳୟ ଠାରେ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି (ଡିଆରୟୁସିସି) ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବାଣିଜ୍ୟ ଏବଂ ଶିଳ୍ପ ଚାମ୍ବର, ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ, ଯାତ୍ରୀ ସଂଘ, ଗ୍ରାହକ ମଞ୍ଚ ଏବଂ ଅନ୍ୟାନ୍ୟ ହିତାଧିକାରୀ ଗୋଷ୍ଠୀର ପ୍ରତିନିଧିମାନଙ୍କ ସମେତ ବହୁ ବିଶିଷ୍ଟ ଡିଆରୟୁସିସି ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ତ୍ରିପାଠୀ ଡିଆରୟୁସିସି ସଦସ୍ୟଙ୍କ ମୂଲ୍ୟବାନ ମତାମତ ଏବଂ ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରି ଯାତ୍ରୀ ସେବା ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ପ୍ରଦିପ କୁମାର ବେହେରା ଏବଂ ଶୁଭ୍ର ଜ୍ୟୋତି ମଣ୍ଡଳଙ୍କ ସମେତ ଖୋର୍ଦ୍ଧାରୋଡ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।