ଏହି ମନ୍ଦିରରେ ଅର୍ପଣ ହୁଏ ସୁନା ତୁଳସୀ-ଫୁଲ, ସ୍ୱତନ୍ତ୍ର ପୂଜା
ନୂଆଦିଲ୍ଲୀ: ମନ୍ଦିରରେ ସାଧାରଣତଃ ତୁଳସୀ ପତ୍ର ଓ ବିଭିନ୍ନ ପ୍ରକାର ଫୁଲରେ ପୁରୋହିତ ଠାକୁରଙ୍କ ପୂଜା ସମ୍ପାଦନ କରନ୍ତି । କିନ୍ତୁ ଭଦ୍ରାଚଳମ୍ ତେଲଙ୍ଗାନାରେ ଶ୍ରୀ ସୀତା ରାମଚନ୍ଦ୍ର ସ୍ୱାମୀ ମନ୍ଦିରରେ ପୁରୋହିତମାନେ ଭକ୍ତଙ୍କ ତରଫରୁ ସୁବର୍ଣ୍ଣ ତୁଳସୀ ଓ ସୁବର୍ଣ୍ଣ ଫୁଲରେ ପୂଜାର୍ଚ୍ଚନା କରନ୍ତି । ତେବେ ଏହି ସ୍ୱତନ୍ତ୍ର ପୂଜା କାର୍ଯ୍ୟ କେବଳ ସପ୍ତାହରେ ଦୁଇ ଦିନ ଅନୁଷ୍ଠିତ ହୋଇଥାଏ ।
ସେ କହିଛନ୍ତି, ଯଦି ଜଣେ ଭକ୍ତ ପ୍ରଭୁଙ୍କୁ ବିଭିନ୍ନ ଧାତୁରେ ପୂଜା କରନ୍ତି, ଭିନ୍ନ ଭିନ୍ନ ଫଳ ପାଆନ୍ତି । ଏହି କ୍ରମରେ ସୁନାକୁ ସର୍ବଶ୍ରେଷ୍ଠ ଧାତୁ ରୂପେ ବିବେଚନା କରାଯାଏ । ସୁନାରେ ଭଗବାନଙ୍କୁ ଅର୍ଘ୍ୟ ଦେଲେ ବିଶେଷ ଫଳ ପ୍ରାପ୍ତିର ବିଶ୍ୱାସ ରହିଛି । ସାଧାରଣ ଭକ୍ତଙ୍କ ପାଖରେ ପ୍ରଭୁଙ୍କୁ ସୁନାରେ ପୂଜା କରିବାର ସୁଯୋଗ ନ ଥାଏ । ତେଣୁ ସୁନାରେ ଠାକୁରଙ୍କୁ ପୂଜାର୍ଚ୍ଚନା ଓ ସେବା କରିବାର ସୁଯୋଗୁ ମନ୍ଦିର ପ୍ରଶାସନ ସାଧାରଣ ଭକ୍ତଙ୍କୁ ପ୍ରଦାନ କରୁଛି ।
ଏହି କ୍ରମରେ ପ୍ରତ୍ୟେକ ଶନିବାର ସୁବର୍ଣ୍ଣ ତୁଳସୀ ଅର୍ଚ୍ଚନା ଓ ପ୍ରତି ରବିବାର ସୁବର୍ଣ୍ଣ ପୁଷ୍ପ ଅର୍ଚ୍ଚନା ପୂଜା ମନ୍ଦିରରେ ଅନୁଷ୍ଠିତ ହେଉଛି । ଏହି ସ୍ୱତନ୍ତ୍ର ପୂଜାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଭକ୍ତଙ୍କୁ ପାରମ୍ପରିକ ପୋଷାକ ପିନ୍ଧିବାକୁ ପଡ଼େ ଏବଂ ୫୦୦ ଟଙ୍କାର ଟିକେଟ୍ କିଣିବାକୁ ପଡ଼େ । ଟିକେଟ୍ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମିଳୁଛି । ପ୍ରତି ଶନିବାର ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସୁବର୍ଣ୍ଣ ପୁଷ୍ପଅର୍ଚ୍ଚନ ପୂଜା ଅନୁଷ୍ଠିତ ହୁଏ । ସେହିପରି ପ୍ରତି ରବିବାର ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସୁବର୍ଣ୍ଣ ତୁଳସୀ ଅର୍ଚ୍ଚନା ଅନୁଷ୍ଠିତ ହୁଏ । ପୂର୍ବ ତେଲଙ୍ଗାନାର ଭଦ୍ରାଚଳମ୍ ନଗରୀର ଗୋଦାବରୀ ନଦୀ ତଟରେ ଅବସ୍ଥିତ ଶ୍ରୀ ସୀତା ରାମଚନ୍ଦ୍ର ସ୍ୱାମୀ ମନ୍ଦିର ଏକ ପ୍ରାଚୀନ ହିନ୍ଦୁ ଧର୍ମପୀଠ । ଗୋଦାବରୀର ଅନ୍ୟତମ ଦିବ୍ୟ କ୍ଷେତ୍ର ଭାବେ ଏହା ପରିଚିତ । ଦକ୍ଷିଣ ଅଯୋଧ୍ୟା ନାମରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।