ଭୋକର ଭୂଗୋଳ ଓ ଦାରିଦ୍ର୍ୟର ମାନଚିତ୍ର 

ସୋମେନ୍ଦ୍ର ଜେନା : ରିଓଡି ଜେନେରୋଠାରେ ପ୍ରକାଶିତ ମିଳିତ ଘୋଷଣାନାମାରେ ଜି୨୦ ସଦସ୍ୟଭୁକ୍ତ ରାଷ୍ଟ୍ରମାନେ ଭିନ୍ନ ଭିନ୍ନ ସମସ୍ୟା ଓ ପରିସ୍ଥିତି ବିଷୟରେ ଆଲୋକପାତ କରିଛନ୍ତି । ଯେମିତି ଆନ୍ତର୍ଜାତିକ ଆର୍ଥôକ ଓ ରାଜନୈ÷ତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ପ୍ରକାଶ କରାଯାଇଛି ଯେ ଏହି ସଂଗଠନ ନିରନ୍ତର ବିକାଶର ଲକ୍ଷ୍ୟ ସାଧନ ନିମନ୍ତେ ମିଳିତ ଭାବେ କାର୍ଯ୍ୟକରିବ । ୨୦୩୦ ଲକ୍ଷ୍ୟକୁ ବି·ରକଲେ ମାତ୍ର ୧୭ପ୍ରତିଶତ ବିକାଶ ସାଧନ ହୋଇପାରିଛି । ୩୦ପ୍ରତିଶତ କାର୍ଯ୍ୟ ବନ୍ଦ ରହିଛି, ଅବଶିଷ୍ଟ ସାମାନ୍ୟ ପ୍ରଗତି କରିଛି । ଆନ୍ତର୍ଜାତିକ ସ୍ତରରେ ଏହି ସଙ୍କଟଜନକ ସ୍ଥିତିରେ ପରିବର୍ତ୍ତନ ଆଣିବାଲାଗି ସବୁ ରାଷ୍ଟ୍ର ପ୍ରୟାସ କରିବା ଆବଶ୍ୟକ । ରାଷ୍ଟ୍ରଗୁଡିକ ମଧ୍ୟରେ ରହିଥିବା ଅସମାନତା ବିକାଶର ପ୍ରତିବନ୍ଧକ ସାଜିଛି । 
ଆର୍ଥôକ ସ୍ଥିରତା ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡିକର ଭୂମିକା ରହିଛି । ଏପ୍ରିଲ ୨୦୨୧ର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ନିଷ୍ପତ୍ତି ଅନୁଯାୟୀ ମୁଦ୍ରାର ବିନିମୟ ମୂଲ୍ୟ ସ୍ଥିର ରଖିବାକୁ ପ୍ରୟାସ କରାଯିବ । ନିରନ୍ତର ଆର୍ଥôକ ପ୍ରବାହ ଯେପରି ଜାରିରହେ ସେଥିପାଇଁ ନୀତିଗତ ଢାଞ୍ଚା ପ୍ରସ୍ତୁତି କରାଯିବା ସହ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସ୍ୱାଧୀନତା ଅନୁଯାୟୀ ଯେପରି କାର୍ଯ୍ୟକରନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ । ବିଶ୍ୱରେ ଯୁଦ୍ଧ, ହିଂସା, ସଂଘର୍ଷ ଯୋଗୁଁ ଜନସାଧାରଣଙ୍କ ଉପରେ ପଡୁଥିବା ମନ୍ଦ ପ୍ରଭାବକୁ ମଧ୍ୟ ଦୃଷ୍ଟି ଦିଆଯିବ । ଜାତିସଂଘ ସୁରକ୍ଷା ପରିଷଦ ଏବଂ ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ଗୃହିତ ପ୍ରସ୍ତାବ ଅନୁଯାୟୀ ଗୋଟିଏ  ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର ଅଖଣ୍ଡତା, ସାର୍ବଭୋ÷÷ମତ୍ୱ, ରାଜନୈ÷ତିକ ସ୍ୱାଧୀନତା ପ୍ରତି ଯେପରି ସଙ୍କଟ ସୃଷ୍ଟି ନକରିବେ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ଜନସାଧାରଣ ଏବଂ ସଡକ, ବାସଗୃହ, ପ୍ରକଳ୍ପଗୁଡିକ ଉପରେ ହେଉଥିବା ଆକ୍ରମଣର ନିନ୍ଦା କରାଯିବା ଆବଶ୍ୟକ । ଗାଜାପଟି ଏବଂ ଲେବାନନ୍ରେ ଲୋକଙ୍କ ସ୍ଥିତି ଚିନ୍ତାଜନକ । ସେମାନଙ୍କୁ ସମସ୍ତ ମାନବିକ ସହାୟତା ପ୍ରଦାନ କରାଯିବା ଦରକାର । ପାଲେଷ୍ଟାଇନ ଓ ଇସ୍ରାଏଲ ଦୁଇଟି ଦେଶ ଭାବେ ନିଜ ନିଜର ସୀମାକୁ ଗ୍ରହଣ କରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବା ଆବଶ୍ୟକ । ୟୁକ୍ରେନ ସମସ୍ୟା ପାଇଁ ସମସ୍ତେ ଚିନ୍ତିତ । ଏ ବିଷୟରେ ନୂଆଦିଲ୍ଲୀରେ ମଧ୍ୟ ଆଲୋଚନା ହୋଇଥିଲା  । ଜାତିସଂଘର ଘୋଷଣା ଅନୁଯାୟୀ ସବୁଦେଶ ପରସ୍ପର ମଧ୍ୟରେ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବା ଦରକାର । ସନ୍ତ୍ରାସବାଦର କଠୋର ନିନ୍ଦା କରାଯିବା ସହ ଆଣବିକ ଅସ୍ତ୍ର ମୁକ୍ତ ପୃଥିବୀ ସମସ୍ତଙ୍କର କାମ୍ୟ । 
କରୋନା ଯୋଗୁ  କ୍ଷୁଧା ଓ ଦାରିଦ୍ର୍ୟ ହ୍ରାସ ପ୍ରୟାସରେ ବାଧା ପହଞ୍ଚôଛି । ପୃଥିବୀରେ ୨୦୨୩ରେ କ୍ଷୁଧାତୁର ଲୋକଙ୍କ ସଂଖ୍ୟା ୭୩୩ ମିଲିଅନ ଛୁଇଁଛି । ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ । ଏହି ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟରେ ନିଷ୍ଠା, ଦୁର୍ବଳକୁ ଆର୍ଥôକ ସହାୟତା, ଭଲ ଆର୍ଥôକ ନୀତି ଆବଶ୍ୟକ, ଯାହା ଅଧିକ ରୋଜଗାର ସୃଷ୍ଟି ସହ ବିକାଶର ମାର୍ଗକୁ ପ୍ରଶସ୍ତ କରିବା । ପୃଥିବୀରୁ କ୍ଷୁଧା ଓ ଦାରିଦ୍ର୍ୟ ହଟାଇବା ପାଇଁ ମେଣ୍ଟ ଗଠନ କରାଯାଇଛି । ସବୁ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ବିକାଶଶୀଳ ବ୍ୟାଙ୍କ, ଜନକଲ୍ୟାଣକାରୀ ସଂସ୍ଥାଗୁଡିକ ଏହି ମେଣ୍ଟରେ ସାମିଲ ହୋଇ ସମାଜରେ ଆର୍ଥôକ ଅସମାନତା ଦୂର କରିବାକୁ ସହଯୋଗୀ ହେବା ସହ ନିରନ୍ତର ବିକାଶରେ ଅଂଶୀଦାର ହେବା ଦରକାର । ଏଥିପାଇଁ ନଗଦ ଅର୍ଥ ପ୍ରଦାନ, ବିଦ୍ୟାଳୟରେ ପିଲାଙ୍କୁ ଖାଦ୍ୟବଣ୍ଟନ, ତଳସ୍ତରରେ ଲୋକଙ୍କୁ ଆର୍ଥôକ ସହାୟତା, ସାମାଜିକ ସୁରକ୍ଷା ନିମିତ୍ତ ଆର୍ଥôକ ବ୍ୟବସ୍ଥାର ନିର୍ମାଣ ଆବଶ୍ୟକ । କ୍ଷୁଧା ସହ ଲଢିବା ପାଇଁ ଖାଦ୍ୟ ସୁରକ୍ଷା ଆବଶ୍ୟକ । ଖାଦ୍ୟ ସୁରକ୍ଷା ପାଇଁ ଆବଶ୍ୟକ କୃଷ୍ଟି ଉତ୍ପାଦନରେ ବୃଦ୍ଧି । କୃଷିର ବିକାଶ ହେଲେ ଖାଦ୍ୟାଭାବ ହ୍ରାସ ପାଇବ । ବିଶ୍ୱ ବାଣିଜ୍ୟ ସଂଗଠନ ନିୟାମାନୁସାରେ ଖାଦ୍ୟ ଦ୍ରବ୍ୟ ଯୋଗାଣ ସହଜ ଓ ସରଳ ହେବା ଉଚିତ୍ । 
ଜି୨୦ର ୨୦୨୩ ଯୋଜନାକୁ କାର୍ଯ୍ୟକାରୀ କରାଯିବା ସହ ଉତ୍ତର-ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ ବିଶ୍ୱରେ ସହଯୋଗ ବୃଦ୍ଧି କରାଯାଇ ଅସମାନତା ଦୂର କରିବାଲାଗି ପ୍ରୟାସ ହେବା ଜରୁରି । ୨୦୨୫ରେ ସ୍ପେନର ସେଭିଲ୍ଲେଠାରେ ୪ର୍ଥ ‘ଆନ୍ତର୍ଜାତିକ ବିକାଶ ପାଇଁ ଆର୍ଥôକ ସହାୟତା’ ସମ୍ମିଳନୀ ଅନୁଷ୍ଠିତ ହେବ । ଜାତିସଂଘର ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସବୁଦେଶ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କଲେ ଲକ୍ଷ୍ୟ ହାସଲ ହୋଇପାରିବ । ଆର୍ଥôକ ଜାଲିଆତି ଓ ଦୁର୍ନୀତି ବିରୋଧ ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହେବା ଦରକାର । ଦାରିଦ୍ର୍ୟତା ଓ କ୍ଷୁଧା ଦୂର କରିବା ପାଇଁ ସ୍ୱଚ୍ଛ ପ୍ରଶାସନର ଆବଶ୍ୟକତା ରହିଛି । ଆନ୍ତର୍ଜାତିକ ଟିକସ ସହଯୋଗ ଢାଞ୍ଚାରେ ସବୁରାଷ୍ଟ୍ର କାର୍ଯ୍ୟକରି ଅଯଥା ବିବାଦକୁ ଏଡାଇବା ଦରକାର । ବିକାଶ ପାଇଁ ଆଞ୍ଚଳିକ ଆର୍ଥôକ ଅନୁଷ୍ଠାନ ଗୁଡିକର ସହାୟତା ନିଆଯିବା ଆବଶ୍ୟକ । ଆଫ୍ରିକୀୟ ବିକାଶ ପାଣ୍ଠି ଏ ଦିଗରେ ଆଉ ଏକ ଉଦାହରଣ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟ ଦୁର୍ବଳ ରାଷ୍ଟ୍ରଗୁଡିକୁ ଆର୍ଥôକ ସହାୟତା ଦେବା ସମୟରେ ଅଧିକ ନମନୀୟ ହେବା ଆବଶ୍ୟକ । 
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାଗତିକ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଢାଞ୍ଚା ନିର୍ମାଣକରିବା ଦରକାର । ସେଥିପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ବିଶ୍ୱସ୍ୱାସ୍ଥ୍ୟ ଏକାଡେମୀ ମାଧ୍ୟମରେ ହେଉ,ଯଦ୍ୱାରା ରାଷ୍ଟ୍ରଗୁଡିକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତଳସ୍ତରକୁ ନେବେ । ସ୍ୱାସ୍ଥ୍ୟକର୍ମୀମାନେ ଆନ୍ତର୍ଜାତିକସ୍ତରର ପ୍ରଶିକ୍ଷଣର ସୁବିଧା ନେଲେ ସ୍ୱାସ୍ଥ୍ୟରକ୍ଷା ମାନ ରକ୍ଷାକରିବା ସହଜ ହେବ । ଏଡ୍ସ, ମ୍ୟାଲେରିଆ, ଟୁ୍ୟବରକୁଲୋସିସ୍, ପୋଲିଓ ପରି ରୋଗର ନିରାକରଣ ପାଇଁ ସଂଗଠିତ ଉଦ୍ୟମ ଆବଶ୍ୟକ । ମହାମାରୀ କ୍ଷେତ୍ରରେ ଏପରି ପ୍ରୟାସ ନିହାତି ଜରୁରୀ ।
 ଜି୨୦ ମିଳିତ ଅର୍ଥ ଓ ସ୍ୱାସ୍ଥ୍ୟ କାର୍ଯ୍ୟ ଗୋଷ୍ଠୀ ପକ୍ଷ ଏ ସଂକ୍ରାନ୍ତରେ ୨୦୨୫ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି  । ପାନୀୟ ଜଳ, ପରିମଳ, ସଫେଇ ବ୍ୟବସ୍ଥାର ଉନ୍ନତି ପାଇଁ ଜୋର ଦିଆଯିବା ଆବଶ୍ୟକ । ସେହିପରି ଗୁଣାତ୍ମକ ଶିକ୍ଷା, ପ୍ରଶିକ୍ଷଣ, ଡିଜିଟାଲ ଶିକ୍ଷା ଦ୍ୱାରା ସଶକ୍ତିକରଣ, ସମାନତା, ସମ୍ମିଶ୍ରଣ, ନିରନ୍ତର ବିକାଶ ସମ୍ଭବ ହେବ । ବିଶ୍ୱରେ ଏବେ ଶିକ୍ଷକମାନଙ୍କ ଅଭାବ ଦେଖାଦେଇଛି । ସମାଜକୁ ଆଗକୁ ନେବାଲାଗି ବହୁବିଧ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିବ । ତେଣୁ ସେଥିପାଇଁ ପ୍ରସ୍ତୁତି ଆବଶ୍ୟକ । କଳା, ସଂସ୍କୃତି, ଐତିହ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ୟୁନେସ୍କୋର ପ୍ରୟାସ ପଛରେ ଜି ୨୦ର ସମର୍ଥନ ରହିଛି । ପ୍ରଶାସନରେ କମ୍ପୁଟରର ବ୍ୟବହାର ଦ୍ୱାରା ଲୋକଙ୍କ ସହ ସଂପର୍କ ରକ୍ଷା, ସେବାରେ ସୁବିଧା ହୋଇଥାଏ । ତେବେ ଏ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛତା, ଦାୟିତ୍ୱବୋଧ ରହିବା ଆବଶ୍ୟକ,ନଚେତ ଅନେକ ସମୟରେ ମୁଷ୍ଟିମେୟ ଲୋକେ କ୍ଷତି କରିବାର ସମ୍ଭାବନା ରହିଛି । ବିକାଶ ପାଇଁ ତଥ୍ୟର ବ୍ୟବହାର ବେଳେ ଘରୋଇ ଓ ଆନ୍ତର୍ଜାତିକ ସ୍ତରରେ ଆଇନଗତ ଢାଞ୍ଚା ରହିବା ନିହାତି ଜରୁରି । 
ଜି୨୦ ଗବେଷଣା ଓ ନବସର୍ଜନ କାର୍ଯ୍ୟଗୋଷ୍ଠୀ ୨୦୨୪ରେ କାର୍ଯ୍ୟାରମ୍ଭ କରିବା ଦ୍ୱାରା ବିଜ୍ଞାନ ଗବେଷଣା, ଢାଞ୍ଚା ନିର୍ମାଣରେ ଗବେଷଣା ହେବା ସହ ଉତ୍ପାଦନ କ୍ଷେତ୍ରରେ ବିଜ୍ଞାନର ବ୍ୟବହାର, ଟେକ୍ନୋଲୋଜୀର ଉପଯୋଗ ଏବଂ ନବସର୍ଜନା ବୃଦ୍ଧିପାଇବ । ଜି୨୦ ମହିଳା ସଶକ୍ତିକରଣ କାର୍ଯ୍ୟଗୋଷ୍ଠୀ ୨୦୨୪ରେ କାର୍ଯ୍ୟାରମ୍ଭ କରିଛି । କନ୍ୟା ଓ ମହିଳାମାନଙ୍କର ସଶକ୍ତିକରଣରେ ଏହା ସାହାଯ୍ୟ କରିବ । ସରକାରୀ ଏବଂ ବେସରକାରୀ ସ୍ତରରେ କାର୍ଯ୍ୟସ୍ଥଳରେ ଲିଙ୍ଗଗତ ଭେଦଭାବ, ହିଂସା, ସମାନ ଦରମା, ନେତୃତ୍ୱ ସୁଯୋଗକୁ ଦୃଷ୍ଟିରେରଖି କାର୍ଯ୍ୟକରିବା ସହଜ ହେବ । ମହିଳାଙ୍କୁ ଶାନ୍ତିର ବାର୍ତ୍ତାବହ ଭାବେ ସଂଗଠନ ବି·ର କରେ । 
ବିଶ୍ୱରେ ପ୍ରତିବର୍ଷ ବ୍ୟାପକ ବିପର୍ଯ୍ୟୟ ଘଟି ·ଲିଥିଲାବେଳେ ତାହା ଲୋକମାନଙ୍କ ଜୀବନକୁ ବିପର୍ଯ୍ୟସ୍ତ କରି ପକାଉଛି । ତେଣୁ ସେନ୍ଡାଇ କାର୍ଯ୍ୟଢାଞ୍ଚା ଅନୁଯାୟୀ ବିପର୍ଯ୍ୟୟର କ୍ଷୟକ୍ଷତି ହ୍ରାସ କରିବାକୁ ପଦକ୍ଷେପ ଏବଂ ସହଯୋଗ ନିଆଯିବ । ପ୍ରବାସୀ ଶ୍ରମିକଙ୍କୁ ଆବଶ୍ୟକତା ବିକାଶ ପାଇଁ ଅପରିହାର୍ଯ୍ୟ ହୋଇପଡିଥିଲା ବେଳେ ସେଥିପାଇଁ ଜାତୀୟ ନୀତିରେ ଏହାକୁ ସ୍ୱୀକୃତି, ମାନବାଧିକାର ରକ୍ଷା, ସେମାନଙ୍କ ମୋ÷÷ଳିକ ଅଧିକାର ପ୍ରତି ଦୃଷ୍ଟି ଦେବାକୁ ହେବ । 
ଜାତିସଂଘର ସାମୁଦ୍ରିକ, ଜୈ÷ବିକ ବିବିଧତାର ସୁରକ୍ଷା ବ୍ୟବହାର ନୀତି ଅନୁଯାୟୀ ସାମୁଦ୍ରିକ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ହେବ । ନାଇସଠାରେ ୨୦୨୫ରେ ହେବାକୁ ଥିବା ୩ୟ ଜାତିସଂଘ ମହାସାଗରୀୟ ସମ୍ମିଳନୀରେ ଆମେ ସକ୍ରିୟତାର ସହ କାର୍ଯ୍ୟକରିବୁ । ମହାସାଗର୨୦ ବିଷୟରେ ଆମକୁ ଆଗାମୀ ଦିନରେ ବି·ର କରିବାକୁ ହେବ । 
ନୂଆଦିଲ୍ଲୀର ଆଲୋଚନା ଅନୁଯାୟୀ ଜି୨୦ ପକ୍ଷରୁ ଭଲ, ବଡ ଏବଂ ପ୍ରଭାବଶାଳୀ ବହୁପକ୍ଷୀୟ ବିକାଶ ବ୍ୟାଙ୍କ ନିର୍ମାଣ କରିବାକୁ ହେବ । ଯାହା ଫଳରେ କି କ୍ଷେତ୍ରୀୟ ଏବଂ ବୈ÷ଶ୍ୱିକ ଆହ୍ୱାନକୁ ମୁକାବିଲା କରିବା ପାଇଁ ଏପରି ବ୍ୟାଙ୍କ ରାଷ୍ଟ୍ରମାନଙ୍କୁ ଆର୍ଥôକ ସହାୟତା ଯୋଗାଇ ଦେଇପାରିବେ । ନୂଆଦିଲ୍ଲୀ ଘୋଷଣା ଅନୁଯାୟୀ ଛୋଟ ଏବଂ ଅଳ୍ପ ଆୟର ରାଷ୍ଟ୍ରଗୁଡିକୁ ବୈ÷ଶ୍ୱିକ ଆହ୍ୱାନର ସମ୍ମୁଖୀନ ହେବାଲାଗି ବିଶ୍ୱବ୍ୟାଙ୍କ୍ ଯେପରି ସୁବିଧାରେ ଋଣ ଯୋଗାଇ ଦେଇପାରିବ ଆମେ ସେଥିପାଇଁ ମିଳିତ ପ୍ରୟାସ କରିବା ଦରକାର । ଲିମା ସେୟାର ହୋଲଡିଂ ନୀତି ଅନୁସାରେ ଆନ୍ତର୍ଜାତିକ ବ୍ୟାଙ୍କର ପୁନର୍ଗଠନ ଓ ବିକାଶ-୨୦୨୫ର ଅଂଶଧନ ସମୀକ୍ଷା ରିପୋର୍ଟକୁ ଆମେ ଦେଖିବା ଦରକାର । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରେ ୨୫ତମ ଚେଆର ଆଫ୍ରିକାର ସାହାରା ନିକଟସ୍ଥ ରାଷ୍ଟ୍ରର ସଦସ୍ୟଙ୍କ ପାଇଁ ରହିବା ପ୍ରସାୟକୁ ଆମେ ସ୍ୱାଗତ କରୁଛୁ । ଜୁନ ୨୦୨୫ ସୁଦ୍ଧା ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପରି·ଳନା ବୋର୍ଡ ୧୭ଶ ସାଧାରଣ ସମୀକ୍ଷା (ଅନୁଦାନ ପରିମାଣ) ଅନୁଯାୟୀ ଦାରିଦ୍ର୍ୟ ହ୍ରାସ ଓ ବିଶ୍ୱାସ,ବୃଦ୍ଧି ସୁବିଧା ଋଣ ପ୍ରଦାନ ବେଳେ ବି·ର କରିବାକୁ ଯେପରି ବ୍ୟବସ୍ଥା କରୁଛନ୍ତି ତାହା ବେଶ ସ୍ୱାଗତଯୋଗ୍ୟ । କ୍ଷୁଧା ଓ ଦାରିଦ୍ର୍ୟ ବିରୋଧୀ ବୈ÷ଶ୍ୱିକ ମେଣ୍ଟ ଲକ୍ଷ୍ୟପୂରଣ ଲାଗି ବହୁପକ୍ଷୀୟ ବିକାଶ ବ୍ୟାଙ୍କଗୁଡିକୁ ଆର୍ଥôକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ରାଷ୍ଟ୍ରଗୁଡିକ ସେମାନଙ୍କ ପ୍ରତିଶ୍ରୁତି ଅନୁସାରେ ଅର୍ଥ ଦେବାକୁ ଆମେ ଅନୁରୋଧ କରୁଛୁ । ବ୍ରାଜିଲ ଅଧ୍ୟକ୍ଷତାରେ ୨୦୨୪ରେ ଆଫ୍ରିକା ପକ୍ଷରୁ ଆରମ୍ଭ କରାଯାଇଥିବା ଋଣ, ବିକାଶ ଓ ନିର୍ମାଣ ବିଷୟରେ ବିତର୍କକୁ ଆମେ ସ୍ୱାଗତ କରୁଛୁ । 
ଦାରିଦ୍ର୍ୟ ଓ କ୍ଷୁଧା ସହ ଲଢିବା ପାଇଁ ସମନ୍ୱିତ ଆର୍ଥôକ ବିକାଶ, ନିରନ୍ତର ବିକାଶମୂଳକ ପ୍ରୟାସ ଆବଶ୍ୟକ, ଯାହାର ସହାୟକ ଆନ୍ତର୍ଜାତିକ ବାଣିଜ୍ୟ ହୋଇଥାଏ । ମାରାକେଶ ବୁଝାମଣାର ୩୦ତମ ବାର୍ଷିକ ଅବସରରେ ଆମେ ବିଶ୍ୱ ବାଣିଜ୍ୟ ସଂଗଠନର କାର୍ଯ୍ୟପ୍ରଣାଳୀର ବିକାଶ ନିମନ୍ତେ ସଂସ୍କାର ଆଣିବାକୁ ଆହ୍ୱାନ ଦେଉଛୁ । ଆମର ସମସ୍ତ ସଦସ୍ୟ ଯେପରି ବିବାଦର ସମାଧାନ କରିବାକୁ ୨୦୨୪ସୁ୍ଦ୍ଧା ପ୍ରସ୍ତୁତ ହେବେ ସେଥିପାଇଁ ଆମେ ଚେଷ୍ଟା କରିବୁ । 
ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା ଆଗାମୀ ଦିନରେ ବିକାଶର ଇଞ୍ଜିନ ହେବ । ଡିଜିଟାଲ ଇକୋନୋମୀ ୱର୍କିଂ ଗ୍ରୁପ ପକ୍ଷରୁ ଯେଉଁ କାର୍ଯ୍ୟ ଜି ୨୦ ଦେଶ ହାତକୁ ନେବେ  ସେଥିପ୍ରତି ସମସ୍ତଙ୍କର ସମର୍ଥନ ରହିବ । 
ଆଫ୍ରିକୀୟ ରାଷ୍ଟ୍ରମାନଙ୍କରେ ଶିଳ୍ପର ବିକାଶ ଓ ଆର୍ଥôକ ପ୍ରଗତିପାଇଁ ଏଜେଣ୍ଡା ୨୦୬୩ ଅନୁଯାୟୀ ଯେଉଁ କାର୍ଯ୍ୟ ·ଲୁଛି ସେଥିପାଇଁ ଆଫ୍ରିକୀୟ ୟୁନିଅନର ପ୍ରୟାସକୁ ଆମେ ସ୍ୱାଗତ କରୁଛୁ । ୨୦୨୫ରେ ଦକ୍ଷିଣ ଆଫ୍ରିକା ଜି୨୦ର ଅଧ୍ୟକ୍ଷତା ନେବ । ୨୦୨୬ରେ ଆମେରିକାରେ ସମସ୍ତେ ପୁଣି ଭେଟିବାର ଯୋଜନା ରହିଛି । ସାଉଦି ଆରବ ଆଗାମୀ ଦିନରେ ନିଜ ଦେଶରେ ଜି ୨୦ ବୈ÷ଠକ ପାଇଁ ଯେଉଁ ଆଗ୍ରହ ପ୍ରକାଶ କରିଛି ।  କ୍ଷୁଧା ଓ ଦାରିଦ୍ର୍ୟର ଦୂରୀକରଣ ପାଇଁ ସଂଘର୍ଷରେ ସମସ୍ତେ ସାମିଲ ହୋଇ ବିକାଶକୁ ଆଗରୁ ନେବେ ବୋଲି ଆଶା ରହିଛି । 
ଜି୨୦ ବୈ÷ଠକ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ବିଗତ ବର୍ଷମାନଙ୍କରେ ଭାରତର ବିକାଶ, ଆର୍ଥôକ ପ୍ରଗତି, ପ୍ରତିରକ୍ଷା ଓ ମହାକାଶରେ ବିକାଶ, ଦେଶରେ ଦାରିଦ୍ର୍ୟ ଓ କ୍ଷୁଧା ଦୂରୀକରଣ ପାଇଁ ·ଲୁଥିବା ବିବିଧ ଯୋଜନା ସଂପର୍କରେ ଉଲ୍ଲେଖ କରି ଡିଜିଟାଲ ଦେଣନେଣ କିପରି ଜନଜୀବନକୁ ସହଜ ଓ ସରଳ କରିଛି ତାହା ପ୍ରକାଶ କରିଥିଲେ । ସେ ରିଓଠାରେ ଉପସ୍ଥିତ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ନିଜ ସରକାରର ସଫଳତା ଓ ବିଦେଶରେ ଭାରତର ସମ୍ମାନ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ । 
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩