ଆଜିଠୁ ବଢ଼ିବ ତାତି

ଆଜିଠୁ ବଢ଼ିବ ତାତି

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ପୁଣି ରାଜ୍ୟରେ ତାତି ବଢ଼ିବ  । ମାର୍ଚ୍ଚ ୩୧ ଓ ଅପ୍ରେଲ ପହିଲାରେ ଭୀଷଣ ତାତି ପରିଲକ୍ଷିତ ହେବ  । କିନ୍ତୁ ଅପ୍ରେଲ ୨ରୁ କାଳବୈଶାଖୀ ପାଇଁ ତାତି ହ୍ରାସ ପାଇବାର ସମ୍ଭାବନା ରହିଛି  । ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି  । ଆସନ୍ତାକାଲି ସକାଳେ କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି  । ତେବେ ପରେ ତାତି ପୁଣି ବଢ଼ିଯିବ  । ଅପ୍ରେଲ ୨ରେ କୋରାପୁଟ ଓ ମାଲକାନାଗିରିରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବ  । କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ  । ସେହିପରି ୩ରେ କୋରାପୁଟ, ମାଲକାନାଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡିରେ କାଳବୈଶାଖୀ ଜନିତ ବର୍ଷା ହେବ  ।
ଅପ୍ରେଲ ୪ରେ କୋରାପୁଟ, ମାଲକାନାଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଜପତିରେ କାଳବୈଶାଖୀ ଜନିତ ବର୍ଷା ହେବାର ଥିବାବେଳେ ଅପ୍ରେଲ ୫ରେ କୋରାପୁଟ, ମାଲକାନାଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଜଗତସିଂହପୁର, ପୁରୀ, ଗଞ୍ଜାମରେ କାଳବୈଶାଖୀ ଝଡ଼ବର୍ଷା ହେବ  ।