ଇନ୍ଷ୍ଟାରେ ହିନ୍ଦୁ ରାଜନେତାଙ୍କ ଘୋଷଣା : ‘ସାଂସଦଙ୍କୁ ହତ୍ୟା କଲେ ମିଳିବ ୨୫ ଲକ୍ଷ’
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ସାଂସଦ ରାମଜୀଲାଲ ସୁମନ୍ଙ୍କୁ ହତ୍ୟା କଲେ ମିଳିବ ୨୫ ଲକ୍ଷ ପୁରସ୍କାର । ଉତ୍ତରପ୍ରଦେଶ ଅଲ୍ଲୀଗଡ଼ର ଜଣେ ହିନ୍ଦୁ ରାଜନେତା ସୋସିଆଲ୍ମିଡିଆ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଜାରି କରି ଏହି ଘୋଷଣା କରିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ୨୨ ତାରିଖରେ ରାଜ୍ୟସଭାରେ ବିଜେପିର ଭାରତୀୟ ମୁସଲିମ୍ ବଂଶୋଦ୍ଭବଙ୍କ ଟିପ୍ପଣୀକୁ ନେଇ ରାଜ୍ୟସଭା ସାଂସଦ ସୁମନ କାଉଣ୍ଟର୍ କରିବା ସହ ୧୬୦୦ ଶତାବ୍ଦୀର ମହାରାଜା ରାଣାସାଙ୍ଗଙ୍କୁ ‘ଦେଶଦ୍ରୋହୀ’ ବୋଲି କହିଥିଲେ ଏବଂ ରାଣା ହିଁ ଭାରତରେ ମୋଗଲ ବଂଶକୁ ନିମନ୍ତ୍ରଣ କରିଥିଲେ ବୋଲି କହିଥିଲେ । ରାଣାଙ୍କ ନିମନ୍ତ୍ରଣ କ୍ରମେ ବାବର ଭାରତରେ ମୁସଲିମ ବଂଶର କାୟାବିସ୍ତାର କରିଥିଲା ବୋଲି କହିଥିଲେ ।
ତେବେ ସୁମନଙ୍କ ଏହି ଉକ୍ତିକୁ ନେଇ ଅଲ୍ଲୀଗଡ଼ର ମୋହନ ନାମକ ଜଣେ କଠୋର ହିନ୍ଦୁବାଦୀ ନେତା ସାଂସଦଙ୍କୁ ସମାଲୋଚନା କରିବା ସହ ରାଣାଙ୍କୁ ଅସମ୍ମାନ କଦାପି ସହ୍ୟ କରାଯିବ ନାହିଁ ବୋଲି କହିଥିଲେ । ଏହାସହ ସୁମନଙ୍କୁ ହତ୍ୟା କଲେ ୨୫ଲକ୍ଷ ପୁରସ୍କାର ଦିଆଯିବ ବୋଲି ଇନ୍ଷ୍ଟାରେ ଏକ ଭିଡିଓ ଜାରି କରି କହିଛନ୍ତି । ଏହାସହ ସେ କହିଛନ୍ତି ରାଣା ସାଙ୍ଗ ଜଣେ ବହୁ ପରାକ୍ରମରୀ ତଥା ଦିଗବିଜୟୀ ରାଜା ଥିଲେ ବୋଲି କହିଥିଲେ । ଏହାସହ ମହାରାଣା ନିଜ ଶରୀରରେ ୮୦ଟି କ୍ଷତ ସହିତ ଯୁଦ୍ଧରେ ହରାଇଥିବା ଗୋଟିଏ ହାତ ଓ ଗୋଟିଏ ଗୋଡ଼ରେ ଯୁଦ୍ଧ କରିଥିଲେ । ଅପରପକ୍ଷେ ପୁଲିସ ମୋହନଙ୍କୁ ଚିହ୍ନଟ କରିବା ପରେ ଭିଡିଓ ଜରିଆରେ ସେ କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି ।