ବାଇକ୍ ଚୋରି ନେଇ ଥାନାରେ ମାମଲା

ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା:ବୈଶିଙ୍ଗା ଥାନା ଅଧୀନ ବଙ୍ଗାଳିଡାହି ଠାରେ ରାସ୍ତା ପାର୍ଶ୍ୱରେ ମୋଟର ସାଇକେଲକୁ ଲକ୍ କରି ଜୈନିକ ଦମ୍ପତି ଚାଷଜମି ନିକଟକୁ ଘାସ କାଟିବାକୁ ଯାଇଥିବାବେଳେ ଫେରିବା ପରେ ତାଙ୍କର ମୋଟରସାଇକେଲ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସେମାନେ ପାଞ୍ଚଟାରେ ଥାନାରେ ଲିଖିତ ଏତଲା ଦାଏର କରିଛନ୍ତି । ଏତଲାକାରୀ ଅଙ୍ଗାରଗଡିଆ ଗ୍ରାମର ଶ୍ୟାମ ମହାନ୍ତଙ୍କ ପୁଅ ରମାକାନ୍ତ ମହାନ୍ତଙ୍କ ଅଭିଯୋଗ ମୁତାବକ ନିଜର ଓଡି -୧୧ଭି-୧୪ ୧୮ନମ୍ବର ବିଶିଷ୍ଟ ମୋଟର ସାଇକେଲ ଯୋଗେ ଉଭୟ ସ୍ୱାମୀସ୍ତ୍ରୀ ଚାଷଜମି ନିକଟକୁ ଘାସ କାଟିବାକୁ ଯାଇଥିଲେ । ବଙ୍ଗାଳିଡାହି ଠାରେ ରାସ୍ତା ପାର୍ଶ୍ୱରେ ଗାଡି ହ୍ୟାଣ୍ଡେଲ ଲକ୍ କରି ଘାସ କାଟିବାକୁ ଯାଇଥିବା ବେଳେ ଫେରିବାପରେ ଆଉ ଗାଡି ପାଇନଥିଲେ । ଆଖପାଖ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ ମୋଟର ସାଇକେଲର କୌଣସି ସନ୍ଧାନ ନ ପାଇବାରୁ ଶେଷରେ ନିରାଶ ହୋଇ ବୈଶିଙ୍ଗା ଥାନାର ଦ୍ୱାରସ୍ଥ ହେବା ସହିତ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।