ବାଇକ ଉପରେ ଚଢିଗଲା ବସ; ଶ୍ରମିକ ମୃତ ଶବ ରଖି ରାସ୍ତା ଅବରୋଧରେ ସାମିଲ ହେଲେ ପ୍ରୀତି
ଦାନଗଦୀ : ରବିବାର ଦିବା ୨ଘଟିକା ସମୟରେ ଡ଼ୁବୁରୀ-ଦାନଗଦୀ ରାସ୍ତାରେ ଏକ କାରଖାନା ବସ ବାଇକ୍ ଉପରେ ଚଢିଯିବାରୁ କାରଖାନାକୁ କାର୍ଯ୍ୟକରିବାକୁ ଯାଉଥିବା ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । କାରଖାନା ବସ ଧକ୍କାରେ କାରଖାନା ଶ୍ରମିକଙ୍କ ମୃତୁ୍ୟ ଘଟିବା ଖବର ପ୍ରଚାରିତ ହୋଇଯିବା ପରେ ଘଟଣା ସ୍ଥଳରେ ପ୍ରବଳ ଉତେଜନା ପ୍ରକାଶପାଇଥିଲା । ଶହଶହ ଶ୍ରମିକ ଘଟଣା ସ୍ଥଳରେ ପହଁଚି ରାସ୍ତାକୁ ଅବରୋଧ କରିଥିଲେ । ଖବରପାଇ ପ୍ରାକ୍ତନ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ ପହଁଚି ଶବରଖି ଧାରଣାରେ ବସିଥିବା ପରିବାର ଏବଂ ଶ୍ରମିକଙ୍କ ସହ ସାମିଲ ହୋଇ ଉପଯୁକ୍ତ କ୍ଷତିପୂରଣ ସହ ନିଯୁକ୍ତି ଦାବିକୁ ସମର୍ଥନ କରିଥିଲେ । ଖବର ମତେ ଜିନ୍ଦଲ କାରଖାନାରେ ଗାୟତ୍ରୀ ଏଂଟରପ୍ରାଇଜେସ୍ ନାମକ ଠିକାସଂସ୍ଥା ଅଧିନରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ସୁକିନ୍ଦା ଥାନା ବନ୍ଧଗାଁ ପଂଚାୟତ ନଟିସାହିର ରମେଶ ମହାନ୍ତଙ୍କ ପୁଅ ଅଭିମନୁ୍ୟ (୪୨) ଏବଂ ବନ୍ଧଗାଁର ସନିଅାଁ ମହାକୁଡଙ୍କ ପୁଅ ଲକ୍ଷ୍ମୀଧର ରବିବାର ଦିନ ପ୍ରାୟ୨ଟା ସମୟରେ ଓଡି୩୪ଏଫ୍-୪୯୧୫ ବାଇକ୍ରେ ଡୁ୍ୟଟି କରିବାକୁ ଡୁବୁରୀ ପଟୁ କାରଖାନା ଆଡକୁ ଆସୁଥିବା ସମୟରେ ପଛପଟୁ ଆସୁଥିବା ଆସୁଥିବା ଟାଟା କାରଖାନାର ଏକ କର୍ମଚାରୀ ବସ୍ (ଓଡି୩୪ଏସ୍-୧୧୧୪)ଖୁରୁଂଟି ଛକ ଟାଟା ପ୍ଲଟ୍ ନିକଟରେ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରାସ୍ତାକୁ ଛିଠିକି ପଡି ଅଭିମନୁ୍ୟଙ୍କ ଘଟଣା ସ୍ତଳରେ ମୃତୁ୍ୟ ଘଟିଥିବା ବେଳେ ଲକ୍ଷ୍ମୀଧର ଗୁରୁତର ଆହତ ହୋଇଥିଲେ । ସଠିକ୍ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଗୁରୁତର ଲକ୍ଷ୍ମୀରଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଯାଜପୁର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଲୋକମାନେ ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହିତ ୩୦ଲକ୍ଷ ଟଙ୍କାର କ୍ଷତିପ୍ୂରଣ ନଦେବା ଯାଏଁ ଶବ ଉଠିବନି ବୋଲି ଜିଦ ଧରି ବସିଥିଲେ । ଖୋଦ୍ ପ୍ରୀତିରଂଜନ ଆନେ୍ଦାଳନକାରୀଙ୍କ ସହିତ ସାମିଲ ହୋଇଥିଲେ । ଖବର ଲେଖା ବେଳକୁ ପୁଲିସ ଲାଠିଚାର୍ଜ କରି ଗୋଟିଏ ପଟ ରାସ୍ତାରୁ ଅବରୋଧ ହଟାଇବାର କିଛି ସମୟ ପରେ ଯୋରଜବରଦସ୍ତ ଶବକୁ ଉଠାଇ ନେଇ ଦାନଗଦୀ ମେଡ଼ିକାଲକୁ ଆଣିଥିଲା । ୩୦ ଲକ୍ଷ ଟଙ୍କାର କ୍ଷତିପ୍ୂରଣ ପରିବାରରୁ ଜଣକୁ ନିଯୁକ୍ତି ଦାବିରେ ଶବକୁ ରାସ୍ତାରେ ରଖି ଦୀର୍ଘ ୮ଘଂଟା ଧରି ଅବରୋଧ ରଖିଥିବା ଶ୍ରମିକ ମୃଦୁ ଲାଠିଚାଳନାରେ ଛତ୍ରଭଙ୍ଗ ଦେଇଥିଲେ । ଦୁର୍ଘଟଣାକୁ ନେଇ ପ୍ରୀତିରଂଜନ ତିବ୍ର ଉତେଜିତ ହୋଇ ରାସ୍ତାରେ କାହିଁକି କମ୍ପାନୀ ବସ୍ ଗୁଡିକୁ ପାର୍କିଂ କରାଯାଉଛି , ମାନପୁର ଓଭରବି୍ରଜ୍ ଦେଇ କାହିଁକି ଭାରୀ ଯାନ ଗୁଡିକୁ ଛଡାଯାଉଛି ବୋଲି ଡ୍ୟାନୀ ପ୍ରଶ୍ନ କରିବା ସହିତ ନିଜ ଅସନ୍ତୋଷ ଜାହିର କରିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଏସ୍ପି ସୁପ୍ରସନ୍ନ ମଲ୍ଲିକ,ଆଇଆଇସି ପ୍ରକାଶ ସାହୁ ପ୍ରଭୁତି ଉପସ୍ଥିତି ରହିଥିଲେ ।