ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ାା ପ୍ରଭାନୁ୍ୟଜ ।ା ନିଆଳି : ନିଆଳି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିଆଳି ଥାନାରେ ନୂତନ ଭାବରେ ଯୋଗଦାନ କରିଥିବା ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କୁ ପବିତ୍ର କାଳୀପୂଜା ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମଞ୍ଚର ସଭାପତିକୈଳାସ ଚନ୍ଦ୍ର ସୁର୍, ସମ୍ପାଦକ ଶିକ୍ଷାବିତ୍ ଅଶୋକ କୁମାର ରାୟ, ସମାଜସେବୀ ସର୍ବେଶ୍ୱର ରାଉତ, ବଂଶୀଧର ସାହୁ, ସଚ୍ଚିଦାନନ୍ଦ ପ୍ରଧାନ, ପ୍ରେମାନନ୍ଦ ମହାପାତ୍ର ଓ କାଳନ୍ଦୀ ପ୍ରଧାନ ପ୍ରମୁଖ ଥାନା ପରିସରରେ ଅଧିକାରୀଙ୍କୁ ସାକ୍ଷାତ କରି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ତାଙ୍କ କାର୍ଯ୍ୟକାଳ ସମୟରେ ନିଆଳିରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଆଶା ରଖିଥିଲେ ।