ବାଘ ଛାଲ ଜବତ: ମାଡ଼ି ବସିଲା ଏସ୍ଟିଏଫ୍

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲୋଇସିଂହ ଗାଁରେ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ଏସ୍ଟିଏଫ୍ । ଏହି ଘଟଣାରେ ବାଘ ଛାଲ ବେପାରୀ ରମାକାନ୍ତ ଭୋଇ ଗିରଫ ହୋଇଥିବା ବେଳେ ଅଭିଯୁକ୍ତ ପାଖରୁ ବାଘ ଛାଲ ଜବତ କରାଯାଇଛି । ଏନେଇ ଏସ୍ଟିଏଫ୍ ଏସ୍ପି ରବି ଶତପଥୀ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଲୋଇସିଂହ ଗାଁରେ ରମାକାନ୍ତ ଭୋଇ ନାମକ ଜଣେ ବ୍ୟକ୍ତି ବାଘ ଛାଲ ବେପାର କରନ୍ତି । ଏନେଇ ଏସ୍ଟିଏଫ୍ ଟିମ୍ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଲୋଇସିଂହ ଗାଁରେ ପହଞ୍ଚିଥିଲା ଏସ୍ଟିଏଫ୍ ଟିମ୍ । ଅଭିଯୁକ୍ତ ରମାକାନ୍ତ ବାଘ ଛାଲ ଡିଲ୍ କରିବା ବେଳେ ତାକୁ ଗିରଫ କରିଛି ଏସ୍ଟିଏଫ୍ ଟିମ୍ । ଅଭିଯୁକ୍ତ ଠାରୁ ବାଘ ଛାଲ ମଧ୍ୟ ଜବତ କରାଯାଇଛି ।