ଜଙ୍ଗଲରୁ ବାହାରି ଅନୁଗୁଳ ଗାଁରେ ପସିଛି ବାଘ

ଅନୁଗୁଳ: ଅନୁଗୁଳରେ ମହାବଳ ବାଘ ଆତଙ୍କ । କଙ୍କୁରପାଳ ଗାଁ ନିକଟରେ ବାଘ ପାଦ ଚିହ୍ନ ଦେଖିବାକୁ ମିଳିଛି । ସୂଚନା ପାଇବା ପରେ ବନ ବିଭା ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।ବାଘ ପାଦଚିହ୍ନ ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମହାବଳ ବାଘ ଜଙ୍ଗଲ ପାରି ହୋଇଥିବା ପାଦ ଚିହ୍ନରୁ ସ୍ପଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ବାଘକୁ କେହି ଦେଖି ନ ଥିବାବେଳେ ବନବିଭାଗର ଏକ ଟିମ୍ ବାଘକୁ ଖୋଜିବାରେ ଲାଗିପଡ଼ିଛି ।