ବିଷ୍ଣୁ ଜେନା ଟପ୍ପର 

 ବାଲିପାଟଣା : ଆଜି ରାଜ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ବାଲିପାଟଣାରେ ୧୧ ଜଣ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି । ରଜସ ସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ବିଷ୍ଣୁ ପ୍ରସାଦ ଜେନା ୫୭୨ ନମ୍ବର ରଖି ଟପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ପିପୂଲ୍ସ୍ ସରକାରୀ ଉଚ୍ଚ ବିଦ୍ୟାଳୟର ଅମ୍ରିତ୍ ପ୍ରିତମ ତ୍ରିପାଠୀ ୫୬୦ ଓ କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରିୟାଂଶୁ ଆଚାର୍ଯ୍ୟ ୫୫୭ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ  କୁଶଭଦ୍ରାର ଓଁକାର ପାତ୍ର ୫୫୩, ସୌମ୍ୟ ରଞ୍ଜନ ସାହୁ ୫୪୪, ମକୁନ୍ଦାସପୁର ଉଚ୍ଚ ବିଦ୍ୟାଳୟର ନୁରୁଲ୍ ରାଜା ୫୪୫, ଅସୀମା ସାହୁ ୫୪୨, ବିପିନ ବିହାରୀ ଉଚ୍ଚ ବିଦ୍ୟାଳୟର ଅନନ୍ୟା ସ୍ୱାଇଁ ୫୪୩, ନାରିଶୋ ଉଚ୍ଚ ବିଦ୍ୟାଳୟର ସୌରଦିପା ମହାପାତ୍ର ୫୫୫, ବାଲୁଙ୍କେଶ୍ୱର ବିଦ୍ୟାପୀଠର ପୁଷ୍ପାଞ୍ଜଳି ସାହୁ ୫୫୨ ଓ ମଧୁସ୍ମିତା ପାଢି ୫୪୬ ରଖିଛନ୍ତି । ବାଲିପାଟଣା ବ୍ଲକରେ ୮ ଗୋଟି ପରୀକ୍ଷା କେନ୍ଦ୍ରରେ ସମୁଦାୟ ୧୪୧୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ପ୍ରାୟ ଶତକଡା ୯୪ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି ।