ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରରେ ସବୁ ପିଲା ପାସ 

ବାରଙ୍ଗ: ଚଳିତ ବର୍ଷର ମେଟ୍ରିକ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି ।ଏଥିରେ ପଟିଆ କାନନ ବିହାର ସ୍ଥିତ ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରର ପରୀକ୍ଷାଫଳ ଶତପ୍ରତିଶତ ହୋଇଛି । ଶିକ୍ଷା କେନ୍ଦ୍ରର ସମସ୍ତ ପିଲା ପାସ କରିଛନ୍ତି । ସମୁଦାୟ ମେଟ୍ରିକ୍ ପରୀକ୍ଷା ଦେଇଥିବା ୧୦୪ ପିଲା ପାସ କରିଥିବା ବେଳେ ସେଥିମଧ୍ୟରୁ ଏ- ୧ରେ ୩ଜଣ, ଏ-୨ରେ ୭ଜଣ,ବି -୧ ରେ ୨୩, ବି - ୨ରେ ୩୨ଜଣ ପିଲା ପାସ କରିଛନ୍ତି । ଶିକ୍ଷା କେନ୍ଦ୍ରର ଶତକଡା ୧୦୦ଭାଗ ପିଲା ଉତ୍ତୀର୍ଣ୍ଣ ହୋଇଥିବାରୁ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି ସମସ୍ତଙ୍କୁ  ଅଭିନନ୍ଦନ ଜଣାଇଛନ୍ତି ।