ପର୍ଯ୍ୟଟନ ଶିଳ୍ପର ବିକାଶ ଦାବି 

 ସୋନପୁର : ଶିଳ୍ପ ବିହୀନ ସୁବର୍ଣ୍ଣପୁର ଜିଲ୍ଲା । ଦ୍ୱିତୀୟ ବାରାଣାସୀ କୁହାଯାଉ ଥିବାର ସୁବର୍ଣ୍ଣପୁର ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ନାଭି କେନ୍ଦ୍ର କହିଲେ ଅତୁ୍ୟକ୍ତି ହେବ ନାହିଁ । ଜିଲ୍ଲାରେ କୃଷି ପରେ ପର୍ଯ୍ୟଟନ ଶିଳ୍ପ ହିଁ ଅର୍ଥନୈତିକ ମୂଲ୍ୟ ଉସô  । ଏବେ ଉକ୍ତ ଜିଲ୍ଲାରେ ବେରୋଜଗାର ବଢୁଛି ।  ପର୍ଯ୍ୟଟନ ଶିଳ୍ପ ବିକାଶ ନେଇ ଜିଲ୍ଲାରେ ବହୁ ସମ୍ମାବନା ରହିଛି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ନାହିଁ । ଏହାର ବିକାଶ ନେଇ ଆଧୁନିକ ଛାପ ରହୁନାହିଁ । ଏହି ଜିଲ୍ଲାର ବୟନ ଶିଳ୍ପ, ଟେରାକୋଟା, ତରାକସି,କଂସା ସାମଗ୍ରୀ ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ନେଇଛି । ଐତିହ୍ୟ ସୋନପୁର ସହରବାସୀଙ୍କ ଦିନଚାର୍ଯ୍ୟରେ ବ୍ୟବହୃତ ମହାନଦୀ, ମନ୍ଦିର, ମଙ୍ଗା, ମଠା,ମାଛ,ମଙ୍ଗ, ମଲ୍ଲି ଫୁଲ , ମୁଗ ଡାଲି ଆଦି ପ୍ରସିଦ୍ଧ ଅଷ୍ଟମକାର ନେଇ ପର୍ଯ୍ୟଟକମାନଙ୍କ ମଧ୍ୟରେ ବେଶି ଆଦୃତ ଲାଭ କରୁଅଛି । ଅଷ୍ଟ ଶମ୍ଭୁ, ଅଷ୍ଟ ଚଣ୍ଡୀ, ଅଷ୍ଟ ବିଷ୍ଣୁ ସମେତ ୧୦୮ଟି ମନ୍ଦିର ପରିବେଷ୍ଟିତ ମନ୍ଦିର ମାଳିନୀ ସୋନପୁର ସହର  । ଜିଲ୍ଲା ଉଲୁଣ୍ଡା ବ୍ଳକରେ ମା’ ମେଟାକାନୀ ପୀଠ ଏବଂ ପାତାଳୀ ଶ୍ରୀକ୍ଷେତ୍ର ରହିଛି । କୋଟ ସୋମଲାଇ ଗ୍ରାମରେ ପାତାଳୀ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥ ୧୪୪ ବର୍ଷ ପାତାଳୀ ହୋଇ ରହିଥିଲେ  । ବିନିକା ବ୍ଳକରେ ଚରଦା ଏବଂ ପାପକ୍ଷୟ ଘାଟ ରହିଛି । ରାମପୁରରେ ପୂଜା ଡୁଙ୍ଗୁରୀ ଅନ୍ୟତମ ପର୍ଯ୍ୟଟନସ୍ଥଳୀ । ବୀରମହାରାଜପୁର ଉପଖଣ୍ଡରେ ଚମ୍ପାମାଳ ଶୈବପୀଠ ଏବଂ ଦ୍ୱିତୀୟ ବୃନ୍ଦାବନ କୁହାଯାଉଥିବାର ଖମାର ମଠ  ରହିଛି । ହରିହର ଯୋର ପର୍ଯ୍ୟଟନସ୍ଥଳ ପର୍ଯ୍ୟଟକମାନଙ୍କ ପିକନିକ ସ୍ଫଟ ଭାବରେ ବେଶ ଆଦୃତ ଲାଭ କରୁଛି । ତରଭା ବ୍ଳକରେ ସମାଧି ପୀଠ ଦେଶରେ ପ୍ରସିଦ୍ଧ ଲାଭ କରିଛି । ଅନ୍ୟତମ ପିକନିକ ସ୍ଫଟ ତ୍ରିବେଶୀ ସଙ୍ଗମସ୍ଥିତ ସୋନପୁର ରାମେଶ୍ୱର ଶୈବ ପୀଠରେ ସୂର୍ଯ୍ୟ ଉଦୟ ବେଶ ମନୋରମ  । ବହୁ ନଦୀ, ପାହାଡ଼ ପରି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଜିଲ୍ଲାକୁ ପର୍ଯ୍ୟଟକ ଆସୁଛନ୍ତି । ଜିଲ୍ଲା ସଦର ମହକୁମା ସୋନପୁର ସହର ଠାରୁ ପ୍ରାୟ ସମସ୍ତ ପର୍ଯ୍ୟଟନସ୍ଥଳୀ ୨୦ କିମିରୁ ୩୫ କିମି ମଧ୍ୟରେ  । ଭୌଗୋଳିକ ସୁବିଧା ନେଇ ପର୍ଯ୍ୟଟକମାନଙ୍କ ପାଇଁ ଏହି ଜିଲ୍ଲା ବେଶ ଆକର୍ଷଣ ରହିଛି । କିନ୍ତୁ ପର୍ଯ୍ୟଟକମାନଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧତା ରହୁନାହିଁ । ପାତାଳୀ ଶ୍ରୀକ୍ଷେତ୍ର ରୋପ ୱ ଏବେ ପ୍ରତିଶୃତି ପ୍ରତାରଣାରେ ଛନ୍ଦି ହୋଇପଡିଛି । ଇକୋ ଟୁରୁଜିୟମ ବିକାଶ କେବଳ ଭାଷଣବାଜୀ ରହିଗଲା । ଏହି ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇଁ ଆଧୁନିକତା ଛାପ କିଛି ରହୁନାହିଁ । ବିସ୍ତୀର୍ଣ୍ଣ ଜମି ଓ ଜଳରାଶିର ସଦ ଉପଯୋଗୀତା ହେଉନାହିଁ । ଏବେ ବଲାଙ୍ଗିର - ଖୋର୍ଦ୍ଧା ରେଳ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବଲାଙ୍ଗିର ପଟରୁ ସୋନପୁରକୁ ରେଳ ଗଡିଛି  । ସପ୍ତାହିକ ଥରେ ମନ୍ଦିର ମାଳିନୀ ସୋନପୁର- ଶ୍ରୀକ୍ଷେତ୍ର ପୁରୀ ମଧ୍ୟରେ ରେଳ ଯାତାୟାତ ହେଲାଣି । ଏହି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ ସମ୍ପର୍ଣ୍ଣ ହେଲେ ଯାତାୟାତ ବହୁ ସୁବିଧା ଓ ସୁଗମ ହେବ । ଏହି ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବିକାଶ ଅନେକ ସମ୍ମାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ପଶ୍ଚିମ ଓଡିଶାର ଅନେକ ଜିଲ୍ଲାରେ ୱାଟର ପାର୍କ ହେଲାଣି । ସୁବର୍ଣ୍ଣପୁର ଜିଲ୍ଲାରେ ବହୁ ଯୁବ ଶିଳ୍ପପତି ବାହାରିଛନ୍ତି । ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହି ଯୁବ ଶିଳ୍ପପତି ପ୍ରୋସôାହିତ ଦେଇ ଏହି ପ୍ରକଳ୍ପ ଆରମ୍ଭ କଲେ ପଡୋଶୀ ଜିଲ୍ଲାବାସୀ ଉପକୃତ ହେବା ସହ ସୁବର୍ଣ୍ଣପୁର ଜିଲ୍ଲା ଏହି ପର୍ଯ୍ୟଟନସ୍ଥଳୀମାନେ ଆକର୍ଷଣ ଶୀର୍ଷରେ ପହଞ୍ଚିବ ବୋଲି ବୁଦ୍ଧିଜୀବୀ ମହଲରୁ କୁହାଯାଉଛି ।