ବ୍ରାହ୍ମଣବାଟି ପଞ୍ଚାୟତରେ କମ୍ବଳ ବଣ୍ଟନ
ନିଆଳି: ସଭେନ ଷ୍ଟାର ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବ୍ରାହ୍ମଣବାଟି ପଞ୍ଚାୟତରେ କମ୍ବଳ ବଣ୍ଟନ କରାଯାଇଛି । ସାଇଲୋ ବଡ଼ବିଲ ସ୍ଥିତ ମହାପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠରେ ସେଭେନ ଷ୍ଟାର ଚାରିଟେବଲ ତରଫରୁ ବ୍ରାହ୍ମଣ ବାଟି ପଂଚାୟତ ଦିବ୍ୟାଙ୍ଗ, ବିଧବା, ସ୍ୱାମୀ ପରିତ୍ୟକ୍ତା, ବୃଦ୍ଧ, ବୃଦ୍ଧା ସମସ୍ତ ଭତ୍ତା ପାଉଥିବା ହିତାଧିକାରୀଙ୍କୁ କମ୍ବଳ ବଣ୍ଟନ ସହିତ ଖାଦ୍ୟ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଟ୍ରଷ୍ଟ ଉପସଭାପତି ତଥା ସେଭେନ ଷ୍ଟାର ସିକୁ୍ୟରିଟି ପ୍ରାଇଭେଟ ଲିମିଟେଡ ପରିଚାଳନା ନିଦେ୍ର୍ଦଶକ ଅବନୀ ବେହେରା ଏହି କାର୍ଯ୍ୟକ୍ରମଙ୍କୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣବାଟି ସରପଞ୍ଚ ତଥା କଣ୍ଟାପଡା ବ୍ଲକ୍ ସରପଞ୍ଚ ସଂଘ ସଭାପତି ସଞ୍ଜୟ ରାଉତରାୟ, ଗୁରୁ ଚିତ୍ତରଞ୍ଜନ ଆଚାର୍ଯ୍ୟ, ସୁକାନ୍ତ ବେହେରା, ଲଷ୍ମୀଧର ବେହେରା, ମନମୋହନ ବେହେରା, ନିରୁପମା ବେହେରା,ପୁନାନନ୍ଦ ପାତ୍ର, ପ୍ରଦୀପ ରାଏ, ନାଏବ ସରପଞ୍ଚ ମଞ୍ଜୁଲତା ବେହେରା, ୱାର୍ଡ ସଭ୍ୟ ରବୀନ୍ଦ୍ର ବେହେରା, ସନାତନ ଭୋଇ, ଗୋପୀନାଥ ରାଉତରାୟ, ୱାର୍ଡ ସଭ୍ୟା ଅନ୍ନପୂର୍ଣ୍ଣା ଦଳେଇ, ସୁଭାଷିନୀ ପାତ୍ର, ଚଞ୍ଚଳା ମହାପାତ୍ର, ପ୍ରସନ୍ନ ବାରିକ, ବିଭୁତି ଭୂଷଣ ବାରିକ, କୈଳାଶ ଭୋଇ ପ୍ରମୁଖ ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ଜନହିତାକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।