ଟ୍ରାନ୍ସଫର୍ମରରୁ ଯନ୍ତ୍ରାଂଶ ଚୋରି

  ବଡ଼ସାହି:  ବଡ଼ସାହି ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ତେନ୍ତଳ ଗ୍ରାମର ଏଲ୍ଆଇ ପଏଣ୍ଟ ୨ର ପାଣି ଯୋଗାଣ ପାଇଁ ଲାଗିଥିବା ଟ୍ରାନ୍ସଫର୍ମରରୁ ଯନ୍ତ୍ରାଂଶ ଚୋରି ହୋଇଥିବା ଜଣାପଡିଛି । ଏ ନେଇ ସଂପୃକ୍ତ ପାଣି ପଂଚାୟତ ସଭାପତି କାର୍ତ୍ତିକେଶ୍ୱର୍ ମହାନ୍ତ ବଡ଼ସାହି ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ବଡ଼ସାହି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ମାତ୍ର ଚୋରି ହେବାର ଆଜକୁ ୩/୪ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ ଘଟଣାସ୍ଥଳକୁ ନ ଆସିବା କିମ୍ବା ତଦନ୍ତ  ନ କରିବା ନେଇ କମିଟି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ଆଖ ପାଖରେ କେତେକ ଅଣ ସ୍ୱୀକୃତି ପ୍ରାପ୍ତ କବାଡ଼ିଆ ସଂଖ୍ୟା ଯେତେ ବଢ଼ିବା ସହିତ ଏ ସମ୍ପର୍କିତ ଚୋରି ସଂଖ୍ୟା ମଧ୍ୟ ବଢୁଥିବାର ଦେଖାଯାଉଛି । ଏଥିପ୍ରତି ପୁଲିସ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି  ।