ସଇରାତ ବନ୍ଦ ଯୋଗୁ ପ୍ରଭାବିତ ହେଉଛି ନିର୍ମାଣ କାର୍ଯ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

 ଯାଜପୁର,: ଲଘୁ ଖଣିଜ ସଂପଦର ହବ ଭାବେ ପରିଚିତ ଧର୍ମଶାଳା ପ୍ରାକୃତିକ ସଂପଦରେ ଭରପୁର । ଖଣି ଖାଦାନ ପାଇଁ ଧର୍ମଶାଳା ରାଜ୍ୟରେ ସମୃଦ୍ଧଶାଳୀ ହୋଇଥିବା ବେଳେ ରାଜକୋଷକୁ ମଧ୍ୟ ସମୃଦ୍ଧ କରୁଛିି । କିନ୍ତୁ ସମୃଦ୍ଧ ଧର୍ମଶାଳାରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହେଉଛି । ନିଲାମ ହୋଇଥିବା ବାଲି ଠାରୁ ଆରମ୍ଭ କରି କଳାପଥର ଏବଂ ଅନ୍ୟାନ୍ୟ ସଇରାତ ଗୁଡିକ ଦୀର୍ଘ ୬ମାସ ହେଲା ବନ୍ଦ ଯୋଗୁ ଅଚଳ ଅବସ୍ଥାରେ ପଡିରିଛି । ଗୋଟେ ପଟେ ସରକାର ରାଜସ୍ୱ ହରାଉଥିବା ବେଳେ ଅନ୍ୟପଟେ ଅଚଳ ସଇରାତ ଗୁଡିକରୁ ଦୁବୃୃତ ଖଣିଜ ସଂପଦ ଚୋରି କରି ନେଉଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ ରଖିଛନ୍ତି । ବିଧାୟକ ଶ୍ରୀ ସାହୁ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି କି ଧମର୍ଶାଳା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ପଥର ଖଣି ଖାଦାନ ଏବଂ ନିଲାମ ହୋଇଥିବା ଯୋଗ୍ୟ ବାଲି ସଇରାତଏବଂ ନୂଆକରି ପଥର ଖାଦାନ ଯାହା ସରକାରଙ୍କ ମାଇନିଂ ପ୍ଲାନ ଓ ଡିଏସଏଲଆର ଭିତରେ ଅନ୍ତର୍ଭୁକ୍ତ ଅଛି । ହେଲେ ସେସବୁ ୬ମାସ ହେଲା ବନ୍ଦ ହେବା ସହ ଅଚଳ ଅବସ୍ଥାରେ ପଡିରିହିଛି । ଏତ୍ଦ୍ୱାରା ସରକାରଙ୍କ ଦ୍ୱାରା ଯେତେ ପ୍ରୟାସ ହେଲେ ବି ବନ୍ଦ ହୋଇପଡିଥିବା ବାଲି ସଇରାତ ଗୁଡିକରୁ ଦୁର୍ବୃତ ଚୋରି କରୁଛନ୍ତି । ବନ୍ଦ ହୋଇପଡିଥିବା ସମସ୍ତ ଖଣି ଓ ସଇରାତ ଯୋଗୁ ଗୃହ ନିର୍ମାଣ, ମନ୍ଦିର ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇପଡି ରହିଥିବା ବେଳେ ସାଧାରଣ ଜନତାଙ୍କୁ ହଇରାଣ ହେବାକୁ ପଡୁଛି । ତୁରନ୍ତ ଏହାକୁ ଆକସନ ପ୍ଲାନରେ ରଖି ଆଇନ ଅନୁଯାୟୀ ·ଲୁକରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ବିଧାୟକ ଶ୍ରୀ ସାହୁ । ବିଧାୟକ ଶ୍ରୀ ସାହୁ ଏହାକୁ ପ୍ରଧାନ୍ୟତା ଭିତିରେ ଗ୍ରହଣ କରି ଯୁଜ୍ଞକାଳୀନ ଭିତିରେ ସମାଧାନ କରିବା ନିମନ୍ତେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଦ୍ୱିତୀୟତ ରାଜ୍ୟରେ ଥିବା ଡିଡିଏମ କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି । ଏପରିକି ଜଣେ ଜଣେ ଡିଡିଏମ ଏବଂ ଖଣି ଅଧିକାରୀ ଦୁଇ ଦୁଇଟି ଜିଲା ଦାୟିତ୍ୱ ଦିଆଯାଇଛି । ଯାହା ଫଳରେ ସେହି ଜିଲା ମାନଙ୍କରେ କୈାଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ । ଖଣି ଖାଦାନରୁ ଆଦାୟ ହେଉଥିବା ପାଣ୍ଠିର ମଧ୍ୟ ସଦୁପଯୋଗ ହୋଇପାରୁନାହିଁ । ତେଣୁ ଏଦିଗରେ ଉପଯୁକ୍ତ ପଦକ୍ଷେପ ନେଇ ଆବଶ୍ୟକ କର୍ମଚାରୀ ନିଯୁକ୍ତି କରାଇ ଉପୁଜିଥିବା ଜଟିଳ ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି ।