ଦାଦନ ଶ୍ରମିକଙ୍କ ମୃତୁ୍ୟ      

 କେନ୍ଦୁଝର: ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡି ଅଧୀନ ଲକ୍ଷ୍ମୀନାରାୟଣପୁର ଗ୍ରାମର ଜଣେ ଯୁବକ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତୁ୍ୟ ବରଣ କରିଛନ୍ତି । ଯୁବକ ଜଣକ ହେଲେ ସିଲାଇ ହେମ୍ବ୍ରମ (୪୨) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସିଲାଇ ହେମ୍ବ୍ରମ ଦେଢ଼ ବର୍ଷ ହେବ କେରଳ ରାଜ୍ୟର କାନୁର ଜିଲ୍ଲାରେ ଏକ ରସି ତିଆରି କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ସୋମବାର ଦିନ ତାଙ୍କ ପରିବାର ନିକଟକୁ ସିଲାଇଙ୍କ ମୃତୁ୍ୟ ଖବର ଆସି ପହଞ୍ଚô ଥିବା ତାଙ୍କ ସ୍ତ୍ରୀ ମିନତୀ ହେମ୍ବ୍ରମ ପ୍ରକାଶ କରିଛନ୍ତି । ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଛନ୍ତି । ଏହି ଦୁଃଖଦ ଖବର ପାଇ ସ୍ଥାନୀୟ ସାଂସଦ ପ୍ରତିନିଧି ହରିହର ପ୍ରଧାନ ଲକ୍ଷ୍ମୀନାରାୟଣ ପୁର ଗ୍ରାମରେ ପହଞ୍ଚô ତାଙ୍କ ପରିବାର ସହ ଆଲୋଚନା କରି ସେ ସଂପର୍କରେ ସାଂସଦ ଅନନ୍ତ ନାୟକଙ୍କୁ ଜଣାଇ ଥିଲେ । ସାଂସଦ ଶ୍ରୀ ନାୟକ ଏହାକୁ ଗୁରୁତର ସହ ନେଇ ତାଙ୍କ ଶବକୁ ଗାଁରେ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଥିବା ସାଂସଦ ପ୍ରତିନିଧି ପ୍ରକାଶ କରିଛନ୍ତି । ଦାଦନ ଦୁଃଖର କରୁଣ ପରିଣତି ତେଲକୋଇ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ତେବେ ତାଙ୍କର ସ୍ତ୍ରୀ ଓ ଚାରି ସନ୍ତାନ ବର୍ତ୍ତମାନ ବେସାହାରା ହୋଇ ପଡ଼ିଛନ୍ତି ।