ସଫ୍ଟୱାର ଶିଳ୍ପପତିଙ୍କ ଆସର

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପନôୀ ମେଲାନିଆ ଟ୍ରମ୍ପଙ୍କ ନିମନ୍ତ୍ରଣ ରକ୍ଷା କରି ଆମେରିକା ତଥା ବିଶ୍ୱରେ ନିଜର କାୟାବିସ୍ତାର କରିଥିବା ବିଶିଷ୍ଟ ସଫ୍ଟୱାର୍ ବ୍ୟବସାୟୀମାନେ ଏହି ଭବ୍ୟ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି । ଟ୍ରମ୍ପ୍ଙ୍କୁ ସମର୍ଥନ କରୁଥିବା ଚର୍ଚ୍ଚିତ ଶିଳ୍ପପତି ତଥା ଆମେରିକା ଅର୍ଥନୀତିରେ ବଡ଼ ଅବଦାନ ଥିବା କୋଟିପତି ବ୍ୟବସାୟୀଙ୍କ ମଧ୍ୟରୁ  ଏହି ଶପଥ ଗ୍ରହଣରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍, ମେଟା ମୁଖ୍ୟ ମାର୍କ ଜୁକରବର୍ଗ, ଟେସଲା ମୁଖ୍ୟ ଏଲୋନ ମସ୍କ, ଓପନ୍ ଏଆଇ ସିଇଓ ସାମ ଅଲ୍ଟ ମ୍ୟାନ୍ଙ୍କ ସହିତ କମ୍ପାନୀର ମୁଖ୍ୟ ଗ୍ରେଗ୍ ବ୍ରୋକ୍ମ୍ୟାନ୍, କମ୍ପାନୀର ପ୍ରଡକ୍ସନ ଅଫିସର୍ କେଭିନ୍ ୱିଲ୍, ଉବେର ସିଇଓ ଦାରା ଖୋସ୍ରୋୱାସାହି, ଟିକ୍ଟକ୍ ସିଇଓ ସୋଇ ଜି ଚିଉ, ଆପଲ୍ ସିଇଓ ଟିମ୍ କୁକ୍, ଆଲ୍ଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।