ଭାରତୀୟ ନାଗରିକଙ୍କୁ ଆମେରିକା ହାତ ଗୋଡ ବାନ୍ଧି ଆଣି ଛାଡିବା ପ୍ରସଙ୍ଗ : ବର୍ଷିଲେ ଉମା ଭାରତୀ

ଭାରତୀୟ ନାଗରିକଙ୍କୁ ଆମେରିକା ହାତ ଗୋଡ ବାନ୍ଧି ଆଣି ଛାଡିବା ପ୍ରସଙ୍ଗ : ବର୍ଷିଲେ ଉମା ଭାରତୀ

ଏବେ ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟ ନାଗରିକଙ୍କୁ ଯେଭଳି ଭାବେ ଆମେରିକା ଗୋଡ ହାତ ବାନ୍ଧି ଭାରତରେ ଛାଡିତଲା ତାକୁ ନେଇ ବିରୋଧୀଦଳ ସରକାରଙ୍କୁ ଘେରିଛନ୍ତି । ଏହା ଭିତରେ ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଉମା ଭାରତୀ । ପୁରା ଘଟଣାକୁ ନେଇ ଶନିବାର ଦିନ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହା ଅମାନବୀୟ ବୋଲି କହିଛନ୍ତି । 

ଉମା ଭାରତୀ କହିଛନ୍ତି କି, ଯେଭଳି ଭାବେ ଭାରତୀୟ ନାଗରିକଙ୍କୁ ଆମେରିକା ଗୋଡ ହାତ ବାନ୍ଧି ଆଣିଲା ତାହା ଲଜ୍ଜାଜନକ ଓ ମାନବତା ପାଇଁ କଳଙ୍କ । ଏହା ପ୍ରଥମଥର ନୁହେଁ ଏଭଳି ଅନେକ ଥର ଭାରତୀୟ ନାଗରିକ ଓ ଆଫ୍ରିକାର ନାଗରିକଙ୍କ ଉପରେ ଆମେରିକା ଏଭଳି ନିର୍ଦ୍ଦୟ ମନୋଭାବ ପୋଷଣ କରିଛି । n ଆମେରିକା ଯେତେବେଳେ ନିଜ ସାମରିକ ବିମାନରେ ପଠାଉଛି ତେବେ ଏଭଳି ବନ୍ଧନ କରି ପଠାଇବାର ଅର୍ଥ କ'ଣ ? ଏଭଳି ଆଚରଣ ଟ୍ରମ୍ପ ଶାସନର କୃରତା ଓ ଅମାନବିୟତାକୁ ଦର୍ଶାଉଛି । ବେଆଇନ ଭାବେ କୌଣସି ଦେଶରେ ପ୍ରବେଶ କରିବା ଅପରାଧ ଅଟେ, ଏନେଇ ପ୍ରତ୍ୟେକ ଦେଶରେ ନିଜ ନିଜର ଆଇନ ମୁତାବକ ପ୍ରାବଧାନ ରହିଛି । ହେଲେ ଏଭଳି କୃରତା କେବଳ ଆମେରିକାର ଶାସକ ଦେଖାଇପାରନ୍ତି ବୋଲି କହିଛନ୍ତି ଉମା ଭାରତୀ  ।