ଏହି ସ୍ଥାନରେ ରଖନ୍ତୁନି ଲାଫିଙ୍ଗ ବୁଦ୍ଧ

ଏହି ସ୍ଥାନରେ ରଖନ୍ତୁନି ଲାଫିଙ୍ଗ ବୁଦ୍ଧ


ଫେଙ୍ଗସୁଇ ଶାସ୍ତ୍ରରେ ଲାଫିଙ୍ଗ ବୁଦ୍ଧ ରଖିବା ଖୁବ୍‌ ଶୁଭ । ହେଲେ ଏହାକୁ ରଖିବାକୁ କିଛି ନିୟମ ଉପରେ ବିଶେଷ ଧ୍ୟାନ ଦେବା ଉଚିତ, ନଚେତ ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇ ବିଭିନ୍ନ ସମସ୍ୟା ଦେଖାଦେଇଥାଏ ।
ଭୂମି ଭୟରେ ରଖନ୍ତୁ ନାହିଁ: ଲାଫିଙ୍ଗ ବୁଦ୍ଧ ଖୁବ୍‌ ପବିତ୍ର । ତେଣୁ ଏହାକୁ ତଳେ କିମ୍ବା ଭୂମି ଉପରେ ରଖନ୍ତୁ ନାହିଁ  ।
ଜୋତା ଷ୍ଟାଣ୍ଡ ଓ ବାଥରୁମ୍‌ ପାଖରେ ରଖନ୍ତୁ ନି : ବାଥରୁମ୍‌ ପାଖ କିମ୍ବା ଜୋତା ରଖୁଥିବା ଷ୍ଟାଣ୍ଡ ପାଖରେ ଏହାକୁ ଆଦୌ ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ କଳହ ଉତ୍ପନ୍ନ ହୋଇଥାଏ । 
ଏହି ମୂର୍ତ୍ତି କେବେ ବି ବିଦ୍ୟୁତ୍‌ ଉପକରଣ ନିକଟରେ ରଖିବା ଉଚିତ ନୁହେଁ ।
ମୁଖ୍ୟ ଦ୍ୱାରରେ ରଖନ୍ତୁ: ଏହାକୁ ଘରରୁ ମୁଖ୍ୟ ଦ୍ୱାର କିମ୍ବା ପୂର୍ବ ଦିଗରେ ରଖିବା ଶୁଭ । ଏହାଦ୍ୱାରା ଘରେ ସକାରାତ୍ମକ ପ୍ରଭାବ ପଡିଥାଏ । ଘରେ ଧନ ଆଗମନର ମାର୍ଗ ଖୋଲିଥାଏ ।