ରାଜଧାନୀରେ ବାର ଡ୍ୟାନ୍ସରଙ୍କ ସନେ୍ଦହଜନକ ମୃତୁ୍ୟ, ବନ୍ଦ ଘରୁ ମୃତଦେହ ଉଦ୍ଧାର


  ଭୁବନେଶ୍ୱର, ୩୧ା୫ : ରାଜଧାନୀରେ ବାର ଡ୍ୟାନ୍ସରଙ୍କ ସନେ୍ଦହଜନକ ମୃତୁ୍ୟ ଘଟଣା ସାମ୍ନାକୁ ଆସିଛି । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଏକ ବନ୍ଦ ଘରୁ ଆଜି ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଚଣ୍ଡୀଗଡର ରାଜ୍ୟର ଚାରୁ ମାଲହୋତ୍ରା (୨୭) ହୋଇଥିବା ଜଣାପଡିଛି । ଯୁବତୀ ଜଣଙ୍କ କଟକ ରୋଡର ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ । ପୁଲିସ ମୃତଦେହ ଜବତ କରି ୟୁଡି କେସ ନମ୍ବର- ୧୭ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ପାହାଳ ପୁଲିସ ତଦନ୍ତ ଆରମ୍ଭ କରିଛି ।
 ସୂଚନାଯୋଗ୍ୟଯେ, ଶିବଶକ୍ତି ନଗରରେ ଏକ ଭଡ଼ା ଘରେ ୧୫ରୁ ଅଧିକ ଜଣ ଯୁବତୀ ଭଡ଼ାରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବତୀ ବିଭିନ୍ନ ସଂସ୍ଥାରେ କାମ କରନ୍ତି । ମୃତ ଯୁବତୀ ଜଣଙ୍କ ମଧ୍ୟ ସେମାନଙ୍କ ସାଙ୍ଗରେ ରହିବା ସହ କଟକ ରୋଡରେ ଏକ ବାର୍ରେ ଡ୍ୟାନ୍ସ ଗାର୍ଲ୍ ଭାବେ କାମ କରୁଥିଲେ । ଗୁରୁବାର ରାତିରେ ଯୁବତୀ ଜଣଙ୍କ ବାରରୁ ଫେରି ରୁମରେ ଥିଲେ । ଆଜି ସକାଳେ କବାଟ ନ ଖୋଲିବାରୁ ଅନ୍ୟ ଯୁବତୀ ମାନଙ୍କର ସନେ୍ଦହ ହୋଇଥିଲା । ଏ ନେଇ ପାହାଳ ଥାନା ପୁଲିସକୁ ଜଣାଇଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା । ତେବେ ଘଟଣା କାରଣ ଜଣାପଡି ନାହିଁ । ପୁଲିସ ତଦନ୍ତ କରୁଥିବା ବେଳେ ଯୁବତୀଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଛି । ଅନ୍ୟପଟେ ଯୁବତୀଙ୍କ ମୋବାଇଲ ଫୋନ୍ ଜବତ କରି ଯାଞ୍ଚ କରାଯାଉ ଥିବା ଜଣାପଡିଛି । ଶନିବାର ମୃତ ଯୁବତୀଙ୍କ ପରିବାର ଭୁବନେଶ୍ୱର ଆସିବା ପରେ ଘଟଣା ବିଷୟରେ ଯାହା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି । 
 ଅନ୍ୟପଟେ ଅଗଷ୍ଟ ୬ତାରିଖ ୨୦୨୩ରେ ଭୁବନେଶ୍ୱର ସ୍ଥିତ ହୋଟେଲ ଦୀପାଳିରେ ଘଟିଥିବା ଶୁଭଲକ୍ଷ୍ମୀ ସାହୁଙ୍କ ସନେ୍ଦହଜନକ ମୃତୁ୍ୟ ଉପରୁ ରହସ୍ୟ ହଟାଇବା ଭିତରେ  ବିସ୍ଫକାରକ ତଥ୍ୟ ପଦାକୁ ଆଣିଥିଲା । ରାଜଧାନୀରେ ଚାଲିଥିବା ବାରଗାର୍ଲ ରାକେଟ୍ ଦଲାଲ୍ ମାନେ ଗରିବ ଯୁବତୀଙ୍କୁ ସେମାନଙ୍କର ଟାର୍ଗେଟ୍ ବନାଉଛନ୍ତି । ଚାକିରି ଦେବା ଆଳରେ ପ୍ରଥମେ ବାରରେ ନିୟୋଜିତ କରୁଛନ୍ତି । କିଛି ଦିନ କାମ କରିବା ପରେ ଅଧିକ ଅର୍ଥ ରୋଜଗାରର ଲୋଭଦେଖାଇ ବାରଗାର୍ଲ ସଜାଇବା ସହ ଦେହ କାରବାରରେ ନିୟୋଜିତ କରି ଗ୍ରାହକଙ୍କୁ ଖୁସି କରାଉଥିବା ପୁଲିସ ଜାଣିବାକୁ ପାଇଥିଲା ।