ପାତ୍ରପୁର ଅଞ୍ଚଳରେ ବିଦୁ୍ୟତ୍ ଯୋଗାଣ ଠପ୍

ବ୍ରହ୍ମପୁର: ସରକାର ବିଦୁ୍ୟତ୍ ସୁଯୋଗରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ । ବିଦୁ୍ୟତ୍ ସୁଯୋଗ ରୁ ବଞ୍ଚିତ ଦୁର୍ଗମ ଗ୍ରାମ ମାନଙ୍କୁ ବିଦୁ୍ୟତ୍ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ କିଛି କାରଣ ନିମନ୍ତେ ଏହି ଯୋଗାଣରେ ବ୍ୟତିକ୍ରମ ଦେଖାଦେଇଛି । ପାତ୍ରପୁରରେ ଥିବା ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ଗୁଡ଼ିକରେ ବିଦୁ୍ୟତ୍ ଯୋଗାଣ ହୋଇ ପାରିନଥିବାରୁ କେତେକ ସ୍ଥାନରେ ସୋଲାର ପ୍ରକଳ୍ପ ମାଧ୍ୟମରେ ବିଦୁ୍ୟତ୍ ଯୋଗଯାଉଛି । ସରକାର ପ୍ରତି ପଞ୍ଚାୟତର କେନ୍ଦ୍ର ସ୍ଥଳକୁ ବିଦୁ୍ୟତ୍ ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଏହି କ୍ରମରେ ବ୍ଲକର ଅଙ୍କୁଲି ପଞ୍ଚାୟତର କେନ୍ଦ୍ର ସ୍ଥଳକୁ ବିଦୁ୍ୟତ୍ ସେବା ଯୋଗାଇ ଦେବା ପାଇଁ ସ୍ଥିର ହୋଇଥିଲା । ଏହି କାର୍ଯ୍ୟ ପାଇଁ ଆସିଥିବା ବିଦୁ୍ୟତ୍ ଖୁଣ୍ଟ ଆସିଥିବା ବେଳେ ପାହାଡ଼ ଉପରକୁ ନ ଯାଇ ଦେଢ଼ ବର୍ଷ ହେଲା ପାହାଡ଼ ତଳ ତାଡକାସାହି ନିକଟରେ ପଡ଼ି ରହିଛି । ଅଙ୍କୁଲି ପଞ୍ଚାୟତଟି ପାହାଡ଼ ଉପରେ ରହିଛି । ଏହି ଗ୍ରାମକୁ ଯିବାକୁ ତାଡକା ସାହି ଠାରୁ ପ୍ରାୟ କୋଡିଏ କିଲୋମିଟର । ପାହାଡ଼ ଉପରକୁ ପାଞ୍ଚ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ପକ୍କା ରାସ୍ତା ନିର୍ମାଣ କରାଯାଇଅଛି । ଏହି ରାସ୍ତାରେ ପଡ଼ୁଥିବା ପ୍ରଥମ ଗ୍ରାମ ଚରିଆସାହିକୁ ବିଦୁ୍ୟତ୍ ଯୋଗାଣ ହୋଇଥିବା ବେଳେ ଅନ୍ୟ ୬ରୁ ଉର୍ଦ୍ଧ ଗ୍ରାମ ବିଦୁ୍ୟତ୍ ଯୋଗାଇବା ଲକ୍ଷ୍ୟ ରହିଛି । ଏହି ରାସ୍ତାରେ ପଡ଼ୁଥିବା ଧାନବାଡ, ତିତିରିସିଙ୍ଗି, ରାଇଖାଲ, ଖଳାସାହି ସମେତ ଆଙ୍କୁଲିକୁ ବିଦୁ୍ୟତ୍ ଯୋଗାଇବା ଲକ୍ଷ୍ୟ ରହିଥିବା ବେଳେ କେବଳ ଖୁଣ୍ଟ ଯୋଗାଣରେ ବିଦୁ୍ୟତ୍ ଯୋଗାଣ ଅଟକି ଯାଇଛି । ଏ ସମ୍ପର୍କରେ ବିଦୁ୍ୟତ୍ ବିଭାଗର ଅଧିକାରୀଙ୍କୁ ପଚାରିବାରେ ପାହାଡ ଉପରକୁ ଠିକାଦାର ଖୁଣ୍ଟ ନବାକୁ ଅମଙ୍ଗ ହୋଇ ପାହାଡ ତଳେ ରହିଥିବା ବେଳେ ଚଳିତ ବର୍ଷ ପାହାଡ ଉପରକୁ ଖୁଣ୍ଟ ନେଇ ଆଗାମୀ ଦିନରେ ବିଦୁ୍ୟତ୍ ଯୋଗାଣ କରାଯିବ ବୋଲି କହିଛନ୍ତି । କେବେ ଏହି କାର୍ଯ୍ୟ ସରିବ ଆଉ ଦୁର୍ଗମ ଗ୍ରାମବାସୀ କେବେ ନିଜ ଘର ଆଲୋକିତମୟ ଦେଖିବେ ସେ ଆଶା ନେଇ ରହିଛନ୍ତି ।