ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ
ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ରବିବାର ଦିନ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଡାଙ୍ଗମାଳ ମୁଖ୍ୟ ଗେଟ ଦେଇ ୧୨୧୮ଜଣ ପର୍ଯ୍ୟଟକ ପ୍ରବେଶ କରିଥିଲେ । ସେମାନେ ୪୨ଟ୍ରିପ ବୋଟରେ ପର୍ଯ୍ୟଟକମାନେ ନଦୀ ମଧ୍ୟରେ ବୋଟିଂର ମଜା ନେଇଥିଲେ । ଖୋଳାରୁ ୭୨ଟ୍ରିପରେ ୧୦୭୬ଜଣ ପର୍ଯ୍ୟଟକ , ଚାନ୍ଦବାଲିରୁ ୨୦ଟ୍ରିପରେ ୩୧୪ପର୍ଯ୍ୟଟକ ଓ ଗୁପ୍ତିରିୁ ୨୬ଟ୍ରିପରେ ୩୪୯ଜଣ ପର୍ଯ୍ୟଟକ ଆସିଥିଲେ । ମୋଟ ୨୯୫୭ଜଣ ପର୍ଯ୍ୟଟକ ଭିତରକନିକା ନଦୀରେ ବୁଲି ବୋଟିଂର ମଜା ନେଇଥିଲେ । ପର୍ଯ୍ୟଟକମାନେ ବୋଟରେ ବସି ନଦୀରେ ବୁଲିବା ସମୟରେ ନଦୀପଠାରେ ଶୋଇ ଖରା ଖାଉଥିବା କୁମ୍ଭୀର, ହରିଣ ପଲ ଓ ବିଭିନ୍ନ ରଙ୍ଗବେରଙ୍ଗର ପକ୍ଷୀ ପର୍ଯ୍ୟଟକଙ୍କୁ ଆନମନା କରିଥିଲା । ଭିତରକନିକା ସେଲଫି ପଏଟଂରେ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକମାନେ ଭିଡ ଜମାଇଥିଲେ । ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ ଓ ମଲୀ ରହୁଥିବା ପୋଖରୀ ନିକଟରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଥିଲା । ସ୍କାଏୱାକରେ ବହୁ ସଂଖ୍ୟାରେ ପର୍ଯ୍ୟକ ପର୍ଯ୍ୟଟକ ଚାଲିବା ସହିତ ନୂଆ ଅନୁଭୂତି ସଂଗ୍ରହ କରିଥିଲେ । ହ୍ୟାଚେରୀରେ ଛୋଟ ଛୋଟ କୁମ୍ଭୀର ଛୁଆଙ୍କୁ ଦେଖିବା ସହ ଧଳା କୁମ୍ଭୀର ଶ୍ୱେତାକୁ ଦେଖିବା ପାଇଁ ଗହଳି ଲାଗିଥିଲା ।