ବେଦାନ୍ତ ସହାୟତାରେ ମହାପ୍ରଭୁଙ୍କ ବାଲୁକା କଳାକୃତି
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରଥଯାତ୍ରା ଉପଲକ୍ଷେ ପୁରୀ ବେଳାଭୂମିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଭବ୍ୟ ବାଲୁକା ମୂର୍ତ୍ତି ଉନ୍ମୋଚନ କରିଛି । ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଏହି କଳାକୃତି ଦର୍ଶକଙ୍କ ପାଇଁ ବେଶ୍ ଆକୃଷ୍ଟ ହୋଇଛି । ୧୫ ଫୁଟ ଲମ୍ବ ଏବଂ ୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାକୃତି ଲାଗି ୧୦ ଟନ୍ ବାଲି ବ୍ୟବହୃତ ହୋଇଥିବା ବେଳେ ଦୁଇଦିନ ମଧ୍ୟରେ ମାନସ ଏହାକୁ ସମ୍ପୂର୍ଣ୍ଣ କରିଛନ୍ତି । କୋଣାର୍କର ଜଣେ ପ୍ରସିଦ୍ଧ ମୂର୍ତ୍ତିକାର ଏବଂ ଐତିହ୍ୟ ସଂରକ୍ଷଣକାରୀ ପଦ୍ମଶ୍ରୀ ପ୍ରଭାକର ମହାରଣା ଏହି କୃତିକୁ ପ୍ରଶଂସା କରିଥିଲେ, ଯାହା ଏହାର ସାଂସ୍କୃତିକ ଗୁରୁତ୍ୱକୁ ଆହୁରି ସୁଦୃଢ଼ କରିଥିଲା । ଏ ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, ‘ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ; ଏହା ମହାପ୍ରଭୁ ଜଗନ୍ନାଥ ଏବଂ ଭକ୍ତଙ୍କ ମଧ୍ୟରେ ବିଶ୍ୱାସ, ସମ୍ପ୍ରଦାୟ ଏବଂ ଅନନ୍ତ ବନ୍ଧନର ଏକ ଉତ୍ସବ । ଆମେ ବାଲୁକା କଳା ମାଧ୍ୟମରେ ଏହି ପବିତ୍ର ପରମ୍ପରାକୁ ସମର୍ଥନ ଓ ପାଳନ କରି ଗର୍ବିତ ।’
ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ରଥଯାତ୍ରା ଏବଂ ବାହୁଡା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ କରିବ । ଯେଉଁଥିରେ ଅନ୍ନଛତ୍ର-ଭଣ୍ଡାର ମାଧ୍ୟମରେ ଖାଦ୍ୟ ବଣ୍ଟନ, ପାନୀୟ ଜଳ ଏବଂ ଭକ୍ତଙ୍କ ପାଇଁ ଜଳଖିଆର ବ୍ୟବସ୍ଥା କରାଯିବ । ସାଂସ୍କୃତିକ ଉତ୍ସବ ଠାରୁ ଉପରେ ରହି, ବେଦାନ୍ତ ଆଲୁମିନିୟମ ଉତ୍ତରଦାୟିତ୍ୱ ସହିତ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ବିକାଶ ଏବଂ ତୃଣମୂଳ ସ୍ତରରେ ଖେଳ-କୁଦ ଓ ସଂସ୍କୃତି ମାଧ୍ୟମରେ ସ୍ଥାନୀୟ ସମୁଦାୟଙ୍କୁ ସଶକ୍ତ କରିବା ପ୍ରତି ପ୍ରତିଶ୍ରୁତିବଦ୍ଧ ।