ବିକାଶ ମେଳା ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା

  ନୂଆପଡା: ଓଡିଶା ରାଜ୍ୟ ସରକାରଙ୍କ ଏକ ବର୍ଷପୂର୍ତ୍ତି ଉପଲକ୍ଷେ ନୂଆପଡ଼ା ଜିଲ୍ଲାରେ ମହାସମାରୋହରେ ବିକାଶ ମେଳା ସହିତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ । ଜୁନ୍ ୧୨ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ମେଳା ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ । ଏହାର ସଫଳ ଆୟୋଜନ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା କାର୍ଯ୍ୟାଳୟ ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ସମସ୍ତ ବିଭାଗ ଆନ୍ତରିକ ପ୍ରୟାସ କରି ଜିଲ୍ଲାରେ ବିକାଶ ମେଳାକୁ ସମ୍ପୂର୍ଣ୍ଣ ସଫଳ କରିବା ସହିତ ଲୋକ ମାନଙ୍କ ପାଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନାର ବାର୍ତ୍ତା ପହଞ୍ଚାଇବେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଓରମାସ୍ ଆନୁକୁଲ୍ୟରେ ବିକାଶ ମେଳା ଏବଂ ପଲ୍ଲୀଶ୍ରୀ ମେଳାର ୨୫ଟି ଷ୍ଟଲ୍ ଲାଗିବ । ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଭଦ୍ରା ପାରମ୍ପରିକ ଖାଦ୍ୟ ଉସôବ ଓ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଉତ୍ସବରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । ସବୁଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।  ଏହି ସମୟରେ ରଜ ପର୍ବ ପଡୁଥିବାରୁ ରଜ ପିଠା, ପୋଡ଼ ପିଠା, ପାନ ପ୍ରଦର୍ଶନ ଓ ପ୍ରତିଯୋଗିତା ସହ  ରଜଦୋଳିର ମଧ୍ୟ ବ୍ୟବସ୍ଥା କରାଯିବ । ଝିଅମାନଙ୍କ ମଧ୍ୟରେ ପୁଚି ଓ ପୁଅମାନଙ୍କ ମଧ୍ୟରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ ।  ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,  ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କ ସହିତ ସମସ୍ତ ଜିଲ୍ଳାସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲେ ।