କିଟ୍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ : ଛାତ୍ରଛାତ୍ରୀମାନେ ମାନବିକତାକୁ ଜୀବନର ମୂଳମନ୍ତ୍ର କରନ୍ତୁ
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ଉତ୍ସବ ସମାପନ ହୋଇଛି । ତିନିଦିନ ଧରି ଚାଲିଥିବା ଏହି ସମାବର୍ତ୍ତନ ଉସôବରେ ୧୯୫ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି, ୨୦୩୪ଜଣଙ୍କୁ ସ୍ନାତକୋତ୍ତର, ୭୨୩୨ ଜଣଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶ୍ରୀଲଙ୍କାର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମୋହନ ମୁନାସିଂଘେ, ଟୁ୍ୟନିସିଆର ନୋବେଲ ବିଜେତା ଓଉଇଦେଦ୍ ବୋଚାମାଉଇ, ୱକହର୍ଡ ଲିମିଟେଡର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ତଥା ଗ୍ଲୋବାଲ୍ ମାନବବାଦୀ ଓ ଶାନ୍ତି ପ୍ରବକ୍ତା ଡ ହୁଜୈଫା ଖୋରାକିୱାଲା, କମ୍ପିଟିସନ ସକସେସ୍ ରିଭୁ୍ୟର ଅଧ୍ୟକ୍ଷ ତଥା ସଂପାଦକ ଏସ୍କେ ସଚଦେବା, ଗୁଏତମାଲା ଗଣରାଜ୍ୟ ସାଂସଦ ଡ ଫିଡେଲ ରାଏସ୍ ଲି, ଜର୍ମାନୀର ପ୍ରନôତାତ୍ତ୍ୱିକ ପାର୍କର ଅଧ୍ୟକ୍ଷ ତଥା ବିଶ୍ୱ ମାନବବାଦୀ ପ୍ରବକ୍ତା ନର୍ବର୍ଟ ସାଉର ଏବଂ ଲାଲଚନ୍ଦ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କୁ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସମାବର୍ତ୍ତନ ଉସôବର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଶ୍ରୀ ମୁନାସିଂଘେ କହିଲେ, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପୂର୍ବରୁ ନିଜ ମଧ୍ୟରେ ଶାନ୍ତି ଆଣିବାକୁ ଚେଷ୍ଟା କରିବା ଉଚିତ । ଦ୍ୱିତୀୟ ଦିନରେ ଇଣ୍ଟରନ୍ୟାସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ର ବିଚାରପତି ଜଷ୍ଟିସ୍ ଅବଦୁଲକ୍ୱାଇ ଅହମ୍ମଦ ଇସୁଫ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ନାତକମାନଙ୍କୁ ବିଶ୍ୱ ଶାନ୍ତି ନିର୍ମାତା ଏବଂ ନ୍ୟାୟର ସ୍ୱର ଭାବରେ ସେମାନଙ୍କର ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ । ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନରେ ଡ. ସାମନ୍ତଙ୍କ ଭଳି ଦୟା, କରୁଣା ଓ ମାନବିକତାକୁ ସେମାନଙ୍କ ମୂଳ ମନ୍ତ୍ର କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ସମାବର୍ତ୍ତନରେ ବିଭିନ୍ନ କ୍ଷେତ୍ରରେ ଉକôର୍ଷ ପ୍ରତିପାଦିତ କରିଥିବା ଦୁଇ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, କୁଳାଧିପତି ସ୍ୱର୍ଣ୍ଣ ପଦକ, ପିପିଏଲ୍ ସ୍ୱର୍ଣ୍ଣ ପଦକ, ପିକେ ବଳ ସ୍ମାରକୀ ସ୍ୱର୍ଣ୍ଣ ପଦକ, ନନିବାଳା ସ୍ମାରକୀ ସ୍ୱର୍ଣ୍ଣପଦକ, ଶ୍ରୀକୃଷ୍ଣଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣ ପଦକ, ଡ ୱାଟି ପରମଗୁରୁ ସ୍ମାରକୀ ସ୍ୱର୍ଣ୍ଣ ପଦକ ଓ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, ଉପକୁଳାଧିପତି ପ୍ରଫେସର ଡା ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ ଡି ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।