ଅକ୍ଟୋବର ୧୫ ସୁଦ୍ଧା ପୁରୁଣା ଗାଡ଼ିର ସ୍କ୍ରାପିଂ

 ୧୫ ବର୍ଷରୁ ପୁରୁଣା ସରକାରୀ ଗାଡ଼ିର ସ୍କ୍ରାପିଂ ହେବ। ଅକ୍ଟୋବର ୧୫ ସୁଦ୍ଧା ୬ ହଜାରରୁ ଅଧିକ ପୁରୁଣା ସରକାରୀ ଗାଡ଼ିର ସ୍କ୍ରାପିଂ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ୬ହଜାର ୨୪୧ ଗାଡ଼ିକୁ ସ୍କ୍ରାପିଂ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ଓଡ଼ିଶା ପୁଲିସ ନିକଟରେ ସର୍ବାଧିକ ପୁରୁଣା ଗାଡ଼ି ରହିଛି । ୧୪ ଶହ ୮୩ଟି ଗାଡ଼ି ପୁରୁଣା ଗାଡ଼ି ଓଡ଼ିଶା ପୁଲିସ ବିଭାଗରେ ରହିଛି । ସେହିପରି ଗୃହ ବିଭାଗ ପାଖରେ ୧ହଜାର ୧୮୯ଟି ପୁରୁଣା ଗାଡ଼ି ରହିଛି । ତେବେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ସେ ସ୍ଥାନରେ ନୂଆ ଗାଡ଼ି କିଣିବେ ସରକାର ।