ପଞ୍ଚାୟତ ସମିତି ବୈଠକ

ନିଆଳି : କଣ୍ଟାପଡା ବ୍ଲକ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ସାଧାରଣ ଅଧିବେଶନ ବ୍ଲକ୍ ରାଜୀବ ଗାନ୍ଧୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ଜୀନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମିତି ଅଧିନସ୍ତ ୧୪ ପଂଚାୟତର ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ମାଧ୍ୟମରେ ଗ୍ରାମ ପଂଚାୟତ ଗୁଡିକୁ ନୂଆ ପ୍ରକଳ୍ପ ତାଲିକା ଗ୍ରହଣ ଉପରେ ମୁଖ୍ୟତଃ ଆଲୋଚନା ଗ୍ରହଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଯାଚିନ୍ଦ୍ର ନାଥ ବରାଳ, ଜିଲ୍ଲା ପରିଷଦ ମୁଖ୍ୟ ପିୟୁଷ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ରାଣୀ ବେହେରା, ବିଡ଼ିଓ ସ୍ୱପ୍ନିତା ନାୟକ, ଅତିରିକ୍ତ ବିଡ଼ିଓ ରୁବି ତପସ୍ୱିନୀ ଦାଶ, ବ୍ଲକ ନିର୍ବାହୀ ଯନ୍ତ୍ରୀ ଧ ନଞ୍ଜୟ ସାମଲ ପ୍ରମୁଖ ଯୋଗ ରହି ପଂଚାୟତ ଲୋକପ୍ରତିନଧି ମାନଙ୍କ କାର୍ଯ୍ୟ କିଭଳି ସଠିକ ଭାବରେ କରାଯିବ ଉନ୍ନତି ମୂଳକ କାର୍ଯ୍ୟରେ କିଭଳି ବାଧା ନ ଉପୁଜିବ ସେ ନେଇ ସ୍ୱପ୍ନିତା ନାୟକ ପ୍ରତିଶୃତି ଦେଇଛନ୍ତି । ଏଥି ସହିତ ବ୍ଲକ ସ୍ତରୀୟ ସମସ୍ତ ଉନୟନ ମୂଳକ କାର୍ଯ୍ୟର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରସ୍ତୁତି, ସରକାର ଙ୍କ ନୂଆ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା, ବିକାଶ ମୂଳକ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା ।