ନଭେମ୍ବର ୨୬ରେ ଅତିରିକ୍ତ ବଜେଟ୍‌

vidhansabha

ନଭେମ୍ବର ୨୬ରେ ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର : ନଭେମ୍ବର ୨୬ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ  । ଡିସେମ୍ବର ୩୧ ଯାଏଁ ଅଧିବେଶନ ଚାଲିବ  । ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । ନଭେମ୍ବର ୨୬ରେ ହିଁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପିତ ହେବ  । 

ଶୀତ ଅଧିବେଶନର କାର୍ଯ୍ୟସୂଚୀ ଅନୁଯାୟୀ, ୩୦ଟି କାର୍ଯ୍ୟଦିବସ ରହିଛି  । ନଭେମ୍ବର ୨୬ରେ ଅତିରିକ୍ତ ବଜେଟ୍‌ ଆଗତ କରାଯିବା ପରେ ଡିସେମ୍ବର ୨ରୁ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ  । ଡିସେମ୍ବର ୫ରେ ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ୍‌ ସଂକ୍ରାନ୍ତରେ ଆଲୋଚନା କରାଯିବା ସହ ପାରିତ ହେବ  । ଲମ୍ବା ସମୟର ଅଧିବେଶନ କାର୍ଯ୍ୟସୂଚୀ ଥିଲେବି ସାଧାରଣତଃ ଏହା ଦୀର୍ଘଦିନ ଧରି ନଚାଲିବାର ନଜିର ରହିଛି  ।