ଅବକାରୀ ବିଭାଗର ଚଢାଉ,ଗଞ୍ଜେଇ ଚାଷ ନଷ୍ଟ
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଜିଲ୍ଲା ଦୀର୍ଘ ୨ମାସ ହେବ ପୋଲିସ, ଅବକାରୀ ବିଭାଗ ଓ ବିଭାଗର ମିଳିତ ସହଯୋଗରେ ଚଢ଼ାଉ ଜାରି ରହିଥିବା ବେଳେ ଫିରିଙ୍ଗିଆ ଅଞ୍ଚଳରେ ଏତେ ପରିମାଣରେ ଗଞ୍ଜେଇ ଚାଷ ହୋଇଛି ଯେ ଯେତେ କାଟିଲେ ବି ସରୁନି । ପୁଣି ଏହି ଗଞ୍ଜେଇ କଟା ଅଭିଯାନ ଆରମ୍ଭ କରିଛି ଫିରିଙ୍ଗିଆ ପୋଲିସ ଓ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିଦେ୍ର୍ଦଶ କ୍ରମେ ଫିରିଙ୍ଗିଆ ଥାନା ଅଧୀନସ୍ଥ ବନ୍ଧଗଡ଼ ପଞ୍ଚାୟତର ବାଲକିଡାଡି, ଶାନ୍ତିନଗର ଓ ଦନ୍ଦୀମାହା ଗ୍ରାମ୍ୟ ପାର୍ଶ୍ୱବର୍ତ୍ତୀ ଜଙ୍ଗଲ ଓ ପାହାଡିଆ ଜଙ୍ଗଲ ଜମି ମାନଙ୍କରେ ବେଆଇନ ଭାବରେ ଚାଷ ହୋଇଥିବା ପ୍ରାୟ ୮୬ ଏକର ଜାଗାରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟିବା ସହ ଜାଳି ପୋଡି ନଷ୍ଟ କରିଦିଆଯାଇଛି । ଅନ୍ୟପଟେ ଜଙ୍ଗଲ ମାଧ୍ୟ୍ୟରେ ପୋଲିସ ଏକ କୃତ୍ରିମ ପୋଖରୀକୁ ମଧ୍ୟ ଠାବ କରିବାରେ ସକ୍ଷମ ହୋଇଛି । ଏଥିରୁ ଜଣାପଡିଯେ ଗଞ୍ଜେଇ ଚାଷୀ ମନେ କୃତ୍ରିମ ପୋଖରୀ ତିଆରି କରି ସେଥିରେ ପାଣି ଗଛିତ ରଖି ଗଞ୍ଜେଇ ଚାଷକୁ ପାଣି ଯୋଗାଉଛନ୍ତି । ତେବେ ନଷ୍ଟ କରିଦିଆଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧ କୋଟି ୮ ଲକ୍ଷ୍ୟ ଷାଠିଏ ହଜାର ଟଙ୍କା ହେବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ଅନ୍ୟପଟେ ହୋଇଥିବା ଏହି ଚଢ଼ାଉରେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଥାନାର କାର୍ଯ୍ୟରତ ଏ ଏସ୍ ଆଇ ଶ୍ରୀକାନ୍ତ ପାତ୍ର, ଏ ଏସ ଆଇ କୃଷ୍ଣଚନ୍ଦ୍ର ଗୌଡ଼ ଓ ଅନ୍ୟାନ୍ୟ କର୍ମଚାରି ସାମିଲ ଥିଲେ । ଏହାସହ ଗଛ କାଟିବା ପାଇଁ ପ୍ରାୟ ୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ୨ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ୍ୟ ମୁତୟନ କରାଯାଇଥିଲା । ଏହି ଗଞ୍ଜେଇ କଟାକୁ ନେଇ ଥାନାରେ ୦୮/୨୦୨୫ ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ବେହେରା ସୂଚନା ଦେଇଛନ୍ତି ।