କାଳୀପୂଜା ପାଇଁ ମାଟି ଅନୁକୂଳ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ମା’ କାଳୀଙ୍କ ପାଇଁ ଆନନ୍ଦପୁରର ସର୍ବପୁରାତନ ସାର୍ବଜନୀନ କାଳୀପୂଜା କମିଟି ପକ୍ଷରୁ ମାଟି ଉଠାଣ ହୋଇଛି । ସନ୍ଧ୍ୟା ସମୟରେ କମିଟିର ସଦସ୍ୟ କାଳୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଥିଲେ । ପ୍ରଥମେ ଚନ୍ଦନ ତ୍ରିପାଠୀଙ୍କ ଘରକୁ ଶୋଭାଯାତ୍ରା ଯାଇ ପୂଜା ପାଇଁ ଧାନ ଗ୍ରହଣ କରାଯାଇଥିଲା । ପରେ ଥାନାକୁ ଆସି ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କୁ ପୂଜା ପାଇଁ ନିମନ୍ତ୍ରଣ କରାଯାଇଥିଲା । ପରେ ଶୋଭାଯାତ୍ରାରେ ବାହାରି ଗ୍ରାମଦେବତୀ ବ୍ରାହ୍ମଣୀଦେବୀଙ୍କ ନିକଟରେ ପହଞ୍ଚି ମାଟି ଉଠାଣ ସହିତ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥିଲା ।ପୂଜକ ରାମଚନ୍ଦ୍ର ମିଶ୍ର ପୂଜାକାର୍ଯ୍ୟ ନିର୍ବାହ କରିଥିଲେ । କମିଟି ସଭାପତି ଉମେଶ ଚନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ ସମ୍ପାଦକ ଅଜୟ ହୋତା, ଆବାହକ ନିକୁଞ୍ଜ ବିହାରୀ ମିଶ୍ର, ବୈଲୋଚନ ରାମ, ସେକ ମୋଗଲିଲାଲ, ଗଗନ ସିଂ, ତ୍ରିଲୋଚନ ସାହୁ, ଈଶ୍ୱର ଖୁଣ୍ଟିଆ, ମଦନ ପାଣି, ପରମେଶ୍ୱର ରାମ, ତୋଫାନ ସିଂ, ଅର୍ଜୁନ ରାମ, ହରେକୃଷ୍ଣ ପତି, ବାବୁ ଧଡ଼ା, ଗୋପ ରଞ୍ଜନ ପାଣି, ନିରାକାର ଦଳେଇ, ଇଂ କିରନ ପାଢ଼ୀ, ହରେକୃଷ୍ଣ ପାତ୍ରଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ ।