ଆଇରନ ବୋଝଇ ଗାଡିକୁ ଧକ୍କା ଦେଲା ମିକ୍ସଚର ମେସିନ


ାା ପ୍ରଭାନୁ୍ୟଜ୍ ।ା ବ୍ରହ୍ମପୁର :  ଛତ୍ରପୁର ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଗୁରୁବାର ସକାଳ ୮ ଘଣ୍ଟା ସମୟରେ ଏକ ଆଇରନ ବୋଝେଇ ଗାଡି ପଛକୁ ଧକ୍କା ଦେଇଛି ମିକ୍ସଚର ମେସିନ ଗାଡି । ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ଓଡି୦୭ ଏଇ ୨୮୨୯ ନମ୍ବର ବିଶିଷ୍ଠ ଏକ ଆଇରନ ବୋଝେଇ ଗାଡି ପଛକୁ ଏକ ମିକ୍ସଚର ମେସିନ ଗାଡି ଧକ୍କା ଦେଇଥିଲା । ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଛତ୍ରପୁର ହାଇୱେ ପେଟ୍ରୋଲିଂ ଗାଡିର ଏସପିଓ ସନ୍ତୋଷ କୁମାର ପାଢ଼ୀ ଓ ଡ୍ରାଇଭର ଏ ଶୁଭମ କୁମାରଙ୍କ ସମେତ ଛତ୍ରପୁର ପୋଲିସ ପହଂଚି ଦୁଇ ଗାଡିକୁ ଜବତ କରିଛି । ଏଥିରେ କେହି ମୃତାହତ ହୋଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।